କଟକରେ ରାଜ୍ୟପାଳଙ୍କ ସମୀକ୍ଷା ବୈଠକ

0

କଟକ: କେନ୍ଦ୍ର ଓ ରାଜ୍ୟ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ସଠିକ୍ ଭାବେ କାର୍ଯ୍ୟାନ୍ବୟନ ନେଇ ଶୁକ୍ରବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏକ ସମୀକ୍ଷା ବୈଠକ କରିଛନ୍ତି । କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଓଡିଶାରେ ବିକାଶ ଧାରା ଚାଲୁ ରଖିବାକୁ ରାଜ୍ୟପାଳ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ସହ ସ୍ୱାସ୍ଥ୍ୟ, ଗୃହନିର୍ମାଣ, ସର୍ବଶିକ୍ଷା ଅଭିଯାନ, ଉଜ୍ଜ୍ୱଳା, ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ଆଦି ସମସ୍ୟା ଉପରେ ଅଧିକ ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ଉପସ୍ଥିତ ଥିଲେ । ହେଲେ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ୍‌ ଛୁଟିରେ ଥିବାରୁ ସମୀକ୍ଷା ବୈଠକରେ ଅନୁପସ୍ଥିତ ଥିଲେ। ତାଙ୍କ ପରିବର୍ତ୍ତେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଓ ହରିଶ୍ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ସୁକାନ୍ତ ପ୍ରଧାନ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

Leave A Reply