ଔଷଧ କିଣାରେ ସର୍ବସ୍ୱାନ୍ତ ହେଉଛନ୍ତି ୩୮ ନିୟୁତ ଭାରତୀୟ

0

ନୂଆଦିଲ୍ଲୀ: ଔଷଧ କିଣାରେ ପ୍ରତିବର୍ଷ ଭାରତର ୩୮ ନିୟୁତ ଲୋକ ସର୍ବସ୍ୱାନ୍ତ ହେଉଛନ୍ତି। ୫୫ ନିୟୁତ ଲୋକଙ୍କ ଆର୍ଥିକ ଅବସ୍ଥା ବିପନ୍ନ ହେଉଛନ୍ତି। ପବ୍ଲିକ୍‍ ହେଲ୍‍ଥ ଫାଉଣ୍ଡେସନ୍‍ ଅଫ୍‍ ଇଣ୍ଡିଆର ତିନି ଜଣ ବିଶେଷଜ୍ଞ ଏହି ତଥ୍ୟ ଦେଇଛନ୍ତି। ଏହି ତଥ୍ୟ ସମ୍ବଳିତ ଏକ ରିପୋର୍ଟ ବ୍ରିିଟିଶ୍‍ ମେଡିକାଲ୍‍ ଜର୍ଣର୍ାଲ୍‍ରେ ପ୍ରକାଶ ପାଇଛି।
୧୯୯୩ ରୁ ୨୦୧୨ ପର୍ଯ୍ୟନ୍ତ ଉପଭୋକ୍ତାଙ୍କ ବ୍ୟୟ ସମ୍ପର୍କିତ ସର୍ବେକ୍ଷଣର ତଥ୍ୟ ଓ ‘ସୋସିଆଲ୍‍ କଞ୍ଜପସନ୍‍: ହେଲ୍‍ଥ’ର ତଥ୍ୟ ଆଧାରରେ ଉକ୍ତ ଲେଖା ପ୍ରକାଶ ପାଇଛି। ଏହାପରେ ଅର୍ଥାତ୍‍ ୨୦୧୨ ପରେ ଗରିବଙ୍କ ପାଇଁ ସୁଲଭ ଓ ବିନା ମୂଲ୍ୟ ଔଷଧ ଯୋଗାଇ ଦେବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ଗରିବଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଥିବା ଉକ୍ତ ଜର୍ଣ୍ଣାଲ୍‍ରେ ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ ମୁଖ୍ୟତଃ କ୍ୟାନ୍ସର, ହୃଦରୋଗ ଓ ମଧୁମେହ ରୋଗରୁ ମୁକ୍ତି ପାଇବା ପାଇଁ ଲୋକମାନେ ସର୍ବାଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ସେଥିମଧ୍ୟରୁ କର୍କଟ ରୋଗର ଚିକିତ୍ସା ପାଇଁ ରୋଗୀମାନେ ସର୍ବସ୍ୱାନ୍ତ ହେଉଛନ୍ତି। ପରିବାରର ମୋଟ୍‍ ଖର୍ଚ୍ଚର ୧୦% କିମ୍ବା ଅଧିକ ରାଶି ସ୍ୱାସ୍ଥ୍ୟ ଓ ଚିକିତ୍ସା ବାବଦରେ ବ୍ୟୟ ହେଲେ ତାହାକୁ ଉଦ୍‍ବେଗଜନକ ବୋଲି କୁହାଯାଏ। ଭାରତରେ ଏହି ସ୍ଥିତି ଉଦ୍‍ବେଗଜନକ ଭାବେ ବଢ଼ିବାରେ ଲାଗିଛି। ସେହିପରି ସଡ଼କ ଦୁର୍ଘଟଣା ଓ ଅନ୍ୟାନ୍ୟ ଦୁର୍ଘଟଣା ଜନିତ ଚିକିତ୍ସା ଖର୍ଚ୍ଚ ଯୋଗୁଁ ମଧ୍ୟ ଗରିବମାନେ ପ୍ରଭାବିତ ହେଉଥିବା ଜଣାପଡ଼ିଛି।
୨୦୧୩ରେ କେନ୍ଦ୍ର ସରକାର ଜୀବନରକ୍ଷାକାରୀ ଓ ଅତ୍ୟାବଶ୍ୟକ ଔଷଧକୁ ସରକାରୀ ନିୟନ୍ତ୍ରଣକୁ ଆଣିଥିଲେ ମଧ୍ୟ ଏହା ମୋଟ୍‍ ଔଷଧ ବଜାରର ମାତ୍ର ୨୦%। ତେଣୁ ଗରିବ ଲୋକମାନେ ଏ ପର୍ଯ୍ୟନ୍ତ ଔଷଧ ଖର୍ଚ୍ଚଛାଟରେ ନୟାନ୍ତ ହେଉଛନ୍ତି। ଏପରିିକି ଇତିମଧ୍ୟରେ ଏକାଧିକ ସରକାରୀ ସ୍ୱାସ୍ଥ୍ୟ ବୀମା ପ୍ରଚଳିତ ଥିଲେ ମଧ୍ୟ ଗରିବ ଲୋକେ ତାହାର ସୁଫଳ ପାଇପାରୁନାହାନ୍ତି। ସରକାରୀ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁଣାତ୍ମକ ଚିକିତ୍ସା ଏବଂ ରୋଗୀଙ୍କ ପ୍ରତି ଯତ୍ନ ଅଭାବରୁ ରୋଗୀମାନେ ଘରୋଇ ଡାକ୍ତରଖାନା ଯାଉଛନ୍ତି। ଏଥିଯୋଗୁଁ ସେମାନେ ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇପାରୁନାହାନ୍ତି।
ସେହିପରି ଗରିବ ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦେବାକୁ ସରକାର ଜନୌଷଧି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଅଦ୍ୟାବଧି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିନାହିଁ। ପ୍ରତି ଜନୌଷଧି କେନ୍ଦ୍ରରେ ୬୦୦ ପ୍ରକାର ଔଷଧ ମିଳିବ ବୋଲି ସରକାରୀ ନିର୍ଦେଶ ଥିଲେ ହେଁ ସେଠାରେ ପ୍ରାୟତଃ ୧୫୦ ପ୍ରକାର ଔଷଧ ମିଳୁଛି।

Leave A Reply