ପ୍ରାଥମିକ ସ୍ବାସ୍ଥକେନ୍ଦ୍ରରକୁ ଡାକ୍ତର ଅସୁ ନଥିବା ଅଭିଯୋଗ

0

ମାଛଗାଁ: ଜଗତସିଂହପୁର ମାଛଗାଁରେ ଥିବା ପ୍ରାଥମିକ ସ୍ବାସ୍ଥକେନ୍ଦ୍ରରେ ଡାକ୍ତର ଓ ଫର୍ମାସିଷ୍ଟ ଆସୁ ନଥିବା ଅଭିଯୋଗ ହୋଇଛି । ଏଥିପାଇଁ ସ୍ବାସ୍ଥକେନ୍ଦ୍ରକୁ ଆସୁଥିବା ରୋଗୀମାନଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି । ଗତ ଦୁଇ ମାସ ହେଲା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ସ୍ଥିତି ଦେଖିବାକୁ ମିଳୁଥିବା ଅଭିଯୋଗ ହୋଇଛି । ଏଠାରେ ଦୁଇ ଜଣ ଡାକ୍ତର ଓ ଜଣେ ଫର୍ମାସିଷ୍ଟ ନିଯୁକ୍ତି ଦିଆଯାଇ ଥିଲେ ମଧ୍ୟ ସେମାନେ ଠିକ୍ ସମୟରେ ଡାକ୍ତରଖାନା ଆସୁନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଉକ୍ତ ଅଞ୍ଚଳର ୧୦ ଖଣ୍ଡ ଗାଁର ପ୍ରାୟ ୨ ହଜାର ଲୋକ ଏହି ସ୍ବାସ୍ଥକେନ୍ଦ୍ର ଉପରେ ନିର୍ଭର କରନ୍ତି । ମାତ୍ର କିଛି ମାସ ହେବ ଏହି ସ୍ବାସ୍ଥକେନ୍ଦ୍ରକୁ ଡାକ୍ତର ନ ଆସୁଥିବାରୁ ରୋଗୀମାନୁ ଅନ୍ୟତ୍ର ଯିବାକୁ ପଡୁଛି । ମାଛଗାଁରୁ ୧୦ କିମି ଦୂରତାରେ ଥିବା ବାଲିକୁଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡୁଛି । ରୋଗୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Leave A Reply