ମାୟାବତୀଙ୍କୁ ଲକ୍ଷ୍ନୌ ଗେଷ୍ଟ ହାଉସ ଆକ୍ରମଣ କଥା ମନେ ପକାଇଲେ ଉମା ଭାରତୀ

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ମନ୍ତ୍ରୀ ଉମା ଭାରତୀ ଉତ୍ତରପ୍ରଦେଶ ସପା-ବିଏସପି ମେଣ୍ଟକୁ କଡା ସମାଲୋଚନା କରିଛନ୍ତି। ଗେଷ୍ଟ ହାଉସରେ ମାୟାବତୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଉମା ଭାରତୀ ମନେ ପକାଇଛନ୍ତି। ସେ କହିଛନ୍ତି ଏଥର ଆକ୍ରମଣ ହେଲେ ମୋ ନମ୍ବର ରଖିଥାଅ ମତେ ଫୋନ କରିବ।
ସୂଚନାଯୋଗ୍ୟ ଯେ ୧୯୯୫ରେ ସାମାଜବାଦୀ ପାର୍ଟି କର୍ମକର୍ତ୍ତା ଲକ୍ଷ୍ନୌରେ ଥିବା ଗେଷ୍ଟ ହାଉସ ଉପରେ ଆକ୍ରମଣ କରିଥିଲେ। ସପା କର୍ମକର୍ତ୍ତା ବିଏସପି ବିଧାୟକଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ବିଏସପି ମୁଖ୍ୟ ମାୟାବତୀ ନିଜକୁ ଏକ ଗୃହ ଭିତରେ ବନ୍ଦ କରିଦେଇଥିଲେ। ସେହି ସମୟରେ ମାୟାବତୀ ପୁଲିସକୁ ଫୋନ କରିଥିଲେ ମଧ୍ୟ କୌଣସି ପୁଲିସ ପହଞ୍ଚି ନଥିଲେ। ମାୟାବତୀଙ୍କୁ ବିଜେପି ବିଧାୟକ ବ୍ରହ୍ମଦତ୍ତ ଦ୍ୱବେଦୀ ବଞ୍ଚାଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସମର୍ଥନ ଛାଡି ବିଜେପି ସହ ସମର୍ଥନ କରି ଥିବାରୁ ମାୟାବତୀଙ୍କ ଉପରେ ଆକ୍ରମଣ ହୋଇଥିଲା।

Leave A Reply