ମଇରେ ପାଇକାରୀ ମୁଦ୍ରାସ୍ଫୀତି ବଢି ୪.୮୭%ରେ ପହଞ୍ଚିଲା

0

ନୂଆଦିଲ୍ଲୀ : ମଇ ମାସରେ ଦେଶରେ ପାଇକାରୀ ଏବଂ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇଁ ଚାରି ମାସର ସର୍ବୋଚ୍ଚ ୪.୮୭%ରେ ପହଞ୍ଚିଛି। ଏହା ପୂର୍ବରୁ ଅପ୍ରେଲ ମାସର ପାଇକାରୀ ମୁଦ୍ରାସ୍ଫୀତି ୪.୫୮% ଥିଲା। ପେଟ୍ରୋଲ ଏବଂ ଡିଜେଲ ଭଳି ତୈଳ ଦର ବୃଦ୍ଧିର ପ୍ରଭାବ ସିଧା ସଳଖ ଭାବେ ଭାରତର ପାଇକାରୀ ମୁସ୍ରାସ୍ଫୀତି ଉପରେ ପଡିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ-ଆମେରିକା ପରମାଣୁ ରାଜିନାମାକୁ ବାତିଲ କରିଦେବା ପରେ ଏହାପର ପ୍ରଭାବ ଅନ୍ତର୍ଜାତୀୟ ତୈଳ ବଜାରରେ ପଡିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଛି ଓ ଭାରତ ଭଳି ଦେଶରେ ଏହାର ନକରାତ୍ମକ ପ୍ରଭାବ ପଡିଛି। ତୈଳ ଦର ବୃଦ୍ଧିର ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ପଡୁଛି ଓ ଅନ୍ୟ ସାମଗ୍ରୀର ଦରରେ ବି ବୃଦ୍ଧି ପରିଲକ୍ଷିତ ହେଉଛି ବୋଲି ଅର୍ଥନୀତିଜ୍ଞ କିନାଲ କୁଣ୍ଡୁ ମତବ୍ୟକ୍ତ କରିଛନ୍ତି। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆ (ଆରବିଆଇ) ଗତ ସପ୍ତାହରେ ରିପୋ ହାରରେ ବୃଦ୍ଧି କରିଥିଲେ ଓ ନୀତି ଅପରିବର୍ତ୍ତିତ ରଖିଥିଲେ। ମାତ୍ର ତୈଳ ଦର ବୃଦ୍ଧିର ନକରାତ୍ମକ ପ୍ରଭାବ ପାଇକାରୀ ମୁଦ୍ରାସ୍ଫୀତି ଉପରେ ପଡିଛି।

Leave A Reply