ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ

0

ଗଞ୍ଜାମ : ଗଞ୍ଜାମ ଜିଲା ପୋଲସରା ବ୍ଲକ୍‍ ବାଲିସାହି ଥାନା ଅଞ୍ଚଳରେ ଘରୁ ଉଠାଇ ନେଇ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବାର ଅଭିଯୋଗ ଆସିଛି।
ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ୩ ଜଣ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ଏକ ଘରେ ପଶିଥିଲେ। ଚୋରି କରିବା ପରେ ପରିବାର ଲୋକେ ଶୋଇଥିବା ବେଳେ ନାବାଳିକାଙ୍କୁ ଘରୁ ଉଠାଇ ନେଇ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply