ଜାଣନ୍ତୁ ଆପଣଙ୍କର ବିବାହ ବିଷୟରେ ,ପ୍ରେମ ନା ପ୍ରସ୍ତାବିତ ବିବାହ ?

0

ହିନ୍ଦୁ ଧର୍ମରେ ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଇଥାଏ। କିଛି ଲୋକେ ପ୍ରେମ ବିବାହ କରିଥାଆନ୍ତି ତ କିଛି ଲୋକେ ଘର ଲୋକଙ୍କ ଇଚ୍ଛାରେ ପ୍ରସ୍ତବିତ ବିବାହ କରିଥାଆନ୍ତି। ହସ୍ତ ରେଖା ବିଷେଶଜ୍ଞଙ୍କ ମତରେ ଆପଣଙ୍କ ହସ୍ତରେଖାରୁ ଜଣାଯାଏ ଯେ, ଆପଣ ପ୍ରେମ ବିବାହ କରିବେ, କି ପ୍ରସ୍ତାବିତ ବିବାହ କରିବେ। ଜାଣନ୍ତୁ ହସ୍ତର କେଉଁ ରେଖାରୁ ଆପଣ ନିଜ ବିବାହ ବିଷୟରେ ଜାଣି ପାରିବେ….
ହସ୍ତରେଖା ବିଷେଶଜ୍ଞଙ୍କ ମତରେ ଯେଉଁମାନଙ୍କର ହସ୍ତରେ ଶୁକ୍ର, ବୃହସ୍ପତି, ମଙ୍ଗଳ ଆଦିଙ୍କ ସ୍ଥାନ ଖୁବ ପ୍ରଭାବିତ ରହିଥାଆନ୍ତି। ସେମାନେ ପ୍ରେମ ବିବାହ କରିବାର ସମ୍ଭାବନା ଅଧିକ ରହିଥାଏ।
ହସ୍ତରେ ଥିବା ବୁଧ ପର୍ବତ ରେଖାରୁ ମଧ୍ୟ ବ୍ୟକ୍ତିଙ୍କର ପ୍ରେମ ବିବାହ ହେବ ବୋଲି ଜଣାପଡ଼ିଥାଏ। ହସ୍ତରେ ବୃହସ୍ପତି ଓ ଶୁକ୍ରଙ୍କର ସ୍ଥିତିରୁ ମଧ୍ୟ ଆପଣଙ୍କ ସାଥିର ଗୁଣ ବିଷୟରେ ଜାଣି ହୋଇଥାଏ।
ଆମ ହସ୍ତରେ ଥିବା ରେଖାମାନଙ୍କ ଠାରୁ ଏହା ମଧ୍ୟ ଜାଣିହୋଇଥାଏ ଯେ, ଯଦି ଆପଣଙ୍କ ଅନ୍ୟ ରେଖା ତୁଳନାରେ ବିବାହ ରେଖା ଖୁବ ସାନ କିମ୍ବା ବଡ଼ ଥାଏ, ତେବେ ଆପଣଙ୍କ ବିବାହ ଘରର ନିକଟରେ ହେବାର ସମ୍ଭାବନା ଥାଏ।
ଯଦି ଆପଣଙ୍କ ହସ୍ତରେ ବୃହସ୍ପତି ରେଖା ଶନିଙ୍କ ଆଡ଼କୁ ଢଳି ରହେ, ତେବେ ଜାଣନ୍ତୁ ଆପଣଙ୍କ ବିବାହ ବିଳମ୍ବରେ ହେବ।
ଯେଉଁମାନଙ୍କର ବୃହସ୍ପତି ରେଖା ହୃଦୟ ରେଖା ଠାରୁ ଦୂରରେ ରହେ, ସେମାନଙ୍କର ବିବାହ ମଧ୍ୟ ବିଳମ୍ବରେ ହୋଇଥାଏ।

Leave A Reply