ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

0

କୋରାପୁଟ : କୋରାପୁଟ ଜିଲା ନନ୍ଦପୁର ଅଞ୍ଚଳରେ ଯବାନ ଓ ମାଓବାଦୀଙ୍କ ମଧ୍ୟ​‌ରେ ଗୁଳି ବିନିମୟ ହୋଇଛି। ଏଥିରେ କେତେ ଜଣ ମୃତାହତ କିମ୍ବା ଆହତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ମାଓବାଦୀମାନେ ନନ୍ଦପୁର ହାତିବାରୀ ଜଙ୍ଗଲରେ କ୍ୟାମ୍ପ କରିଥିବା ଖବର ପୁଲିସ ପାଇଥିଲା। ଏହାପରେ ପୁଲିସ ଓ ଏସଓଜି ଯବାନମାନେ ଜଙ୍ଗଲ ମଧ୍ୟରେ କମ୍ବିଂ ଅପରେସନ କରିଥିଲେ। ଯବାନମାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାପରେ ଯବାନମାନେ ମାଓବାଦୀଙ୍କୁ ଉପରକୁ ପାଲଟା ଗୁଳି ଚାଳନା କରିଥିଲେ। ଏଥିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା କୁହାଯାଉଛି।

Leave A Reply