କୋଟିଏ ଟଙ୍କାର ଗାଡ଼ି ପୋଡ଼ିଲେ ମାଓବାଦୀ

0

ମାଲକାନଗିରି : ମାଲକନରିଗି ସୀମାନ୍ତ ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲା ଅନ୍ତର୍ଗତ ଚିନ୍ତୁର ଥାନା ଅନ୍ତର୍ଗତ ଇଦୁରୁପାଲ୍ଲୀ ଗ୍ରାମରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଜେସିବି ମେସିନ, ଟ୍ରଲର, ହାଇଜ୍ୟାକ ମେସିନ ଓ ଜେନେରେଟରକୁ ମାଓବାଦୀମାନେ ଡିଜେଲ ଢାଳି ପୋଡି ପାଉଁଶ କରି ଦେଇଛନ୍ତି। ଶନିବାର ରାତିରେ ଏହି ଘଟଣା ଘଟିଛି। ରାସ୍ତା ନିର୍ମାଣ କାମକୁ ବିରୋଧ କରି ମାଓବାଦୀମାନେ ଏହି କାଣ୍ଡ ଘଟାଇଥିବା ବେଳେ ସାବେରୀ ମାଓବାଦୀ ଆଞ୍ଚଳିକ କମିଟି ପକ୍ଷରୁ ଏହି କାଣ୍ଡ କରାଯାଇଥିବା ଏଠାରୁ ମିଳିଥିବା ଏକ ପୋଷ୍ଟରରେ ଉଲ୍ଲେଖ ରହିଛି। ପୁଲିସ ଏହି ଅଞ୍ଚଳରେ କମ୍ବିଂ ଜୋର କରିଥିବା ବେଳେ ପ୍ରାୟ ୫୦ ରୁ ଅଧିକ ମାଓବାଦୀ ଆସି ଏହି ଘଟଣା ଘଟାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ନଷ୍ଟ ଗାଡିର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।

Leave A Reply