ବଲିଉଡରେ ପ୍ରବେଶ କରିବେ ମାନୁଷୀ ଛିଲ୍ଲାର

0

ନୂଆଦିଲ୍ଲୀ :  ୨୦୧୭ର ବିଶ୍ୱସୁନ୍ଦରୀ ତାଜ ହାସଲ କରିବା ପରେ ମାନୁଷୀ ଛିଲ୍ଲାର ଦେଶର ଜଣେ ବଡ ସେଲିବ୍ରିଟି ହୋଇଯାଇଛନ୍ତି । ଖବରଅନୁସାରେ ମାନୁଷୀ ଛିଲ୍ଲାର ନିକଟରେ ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି। ବଲିଉଡର ଜଣାଶୁଣା ନିର୍ମାତା-ନିର୍ଦେଶକ ଫାରା ଖାନଙ୍କ ସନେମାରୁ ସେ ବଲିଉଡକୁ ପ୍ରବେଶ କରିବାକୁ ଯାଉଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ମାନୁଷୀଙ୍କର ପ୍ରଥମରୁ  ବଲିଉଡରେ ଅଭିନୟ କରିବାକୁ ପ୍ରବଳ ଆଗ୍ରହ ରହିଥିଲା। ଯାହା ଏବେ ପୁରଣ ହେବାକୁ ଯାଉଛି। ପୂର୍ବରୁ ଖବରଆସୁଥିଲା ମାନୁଷୀ କରଣ ଜୋହରଙ୍କ ଧର୍ମା ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡକୁ ପ୍ରବେଶ କରିବେ। ମାତ୍ର ବର୍ତ୍ତମାନ ଖବର ଅନୁସାରେ ଫାରା ଖାନଙ୍କ ଚଳଚ୍ଚିତ୍ରରେ ସେ ବଲିଉଡକୁ ପ୍ରବେଶ କରିବେ।

courtesy-pinkvilla

ଫାରା ଖାନ ଦୀପିକା ପାଦୁକୋନଙ୍କୁ ‘ଓମ ଶାନ୍ତି ଓମ’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡକୁ ଆଣିଥିଲେ। ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିବା ସହିତ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଥିଲା। ମାନୁଷୀ ଏବଂ ଫାରାଙ୍କର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ନଜର ଆସିଛି। ଖବରଅନୁସାରେ ମାନୁଷୀ ଫାରାଙ୍କର ଏକ ମ୍ୟୁଜିକ ଆଲବମରେ ମଧ୍ୟ ଅଭିନୟ କରିବାର ନଜର ଆସିବେ।

 

Leave A Reply