ପାକିସ୍ତାନୀ ଡ୍ରାମା ଦେଖିବାରୁ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ

0

ପୁଣେ: ଟେଲିଭିଜନରେ ପାକିସ୍ତାନୀ ଡ୍ରାମା ଦେଖିବାରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ମହାରାଷ୍ଟ୍ରର ପୁଣେ ସହରରେ ଏହି ଘଟିଛି। ଏ ସମ୍ପର୍କରେ ଆହତ ମହିଳା ଥାନାରେ ଅଭିଯୋଗ କରିଛନ୍ତି।

ପୁଣେର ସାଲିସବୁରି ପାର୍କ ଅଞ୍ଚଳରେ ପତ୍ନୀଙ୍କ ସହ ରୁହନ୍ତି ଆସିଫ ସଟ୍ଟାର ନାୟବ।  ମଙ୍ଗଳବାର ତାଙ୍କ ପତ୍ନୀ ଟିଭିରେ ପାକିସ୍ତାନୀ ଡ୍ରାମା ଦେଖୁଥିଲେ। ଆସିଫ ତାଙ୍କୁ ବାରଣ କରିଥିଲେ। କିନ୍ତୁ ତାଙ୍କ ପତ୍ନୀ ଶୁଣି ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଆସିଫ ଏକ ଚାପଡ଼ରେ ତାଙ୍କ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ମହିଳା ଜଣକ ଥାନାକୁ ଆସି ତାଙ୍କ ସ୍ବାମୀଙ୍କ ନାଁରେ ଏତଲା ଦେଇଥିଲେ। ହତ୍ୟା ଉଦ୍ୟମ ଦଫାରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଆସିଫଙ୍କୁ ଗିରଫ କରିଛି।

Leave A Reply