ଦିଲ୍ଲୀରୁ ଦୁଇ ହଜାର ଜୀବନ୍ତ ଗୁଳି ସହ ଅପରାଧି ଗିରଫ

0

ନୂଆଦିଲ୍ଲୀ ..-  ଦିଲ୍ଲୀରୁ ଜଣେ ବ୍ୟକ୍ତିଙ୍କୁ ଦୁଇ ହଜାର ଜୀବନ୍ତ ଗୁଳି ସହ ଜଣେ ଅପରାଧିକୁ ଦିଲ୍ଲୀ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କର ଜଣେ ପେଷାଗତ ଅପରାଧି । ୨୦୦୨ ମସିହାରୁ ଏହି ଅପରାଧିକୁ ପୁଲିସ ଅନେକ ଥର ଗିରଫ କରିସାରିଲାଣି । ଗିରଫ ହୋଇଥିବା ଅପରାଧି ୧୫୦ ଟଙ୍କାରେ ଗୋଟିଏ ଗୁଳିକୁ କିଣି ୨୫୦ରୁ ୩୦୦ ଟଙ୍କାରେ ବିକୁଥିଲା  ବୋଲି ପୁଲିସ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଅପରାଧିର ନାମ ଅମରଲାଲ  ଓ ସେ ପଞ୍ଜାବର ବାସିନ୍ଦା ।

ଲୋକସଭା ନିର୍ବାଚନ ଆସୁଥିବାରୁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ତେବେ ଏତେ ପରିମାଣର ଗୁଳି ଅପରାଧି ଜଣକ କେଉଁଠାରୁ ପାଇଲା ପୁଲିସ ସେ ବିଷୟରେ ତଦନ୍ତ କରୁଛି ।

Leave A Reply