୫୦ ବର୍ଷର ସ୍ୱପ୍ନ ପୂରଣ ହେଲା, ପୁଟନପାଲ୍ଲୀ ପୋଲ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର

0

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଶେଷ ସୀମା କୁହାଯାଉଥିବା ପଡିଆ ବ୍ଲକ ଓ କାଲିମେଳା ବ୍ଲକ ମଧ୍ୟରେ ଥିବା ପୋଟେରୁ ନଦୀରେ ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିନେଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଥିବା ବେଳେ ମାଲକାନଗିରି ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ୱରେ ଥିବା ରାଜ୍ୟ ଯୁବ ଓ କ୍ରିଡା ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଏଥିନେଇ ସ୍ୱତନ୍ତ୍ର ଅନୁଦାନ ଦେଇଛନ୍ତି। ଖୁବ୍‍ ଶୀଘ୍ର ଏଠାରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛିା ଗ୍ରାମ୍ୟ ଉନ୍ନୟନ ବିଭାଗ ଚିଠି ସଂଖ୍ୟା ୭୩୭୩ ଅନୁଯାୟୀ ଟେଣ୍ଡର ଆହ୍ୱାନ କରାଯାଇଛି। ଏବଂ ଏଥିନେଇ ସୁନାବେଡା ମୁଖ୍ୟ ଯନ୍ତ୍ରୀଙ୍କ ନିକଟକୁ କାର୍ଯ୍ୟାଦେଶ ଦିଆଯାଇଥିବା କୁହାଯାଇଛିା ସ୍ପେସାଲ କ୍ଲାସ୍‍ କଣ୍ଟ୍ରାକ୍ଟର ହିଁ ଏହି କାର୍ଯ୍ୟ ପାଇଁ ଆବେଦନ କରିପାରିବେ ବୋଲି ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ବିଭାଗ-୧ ଜରିଆରେ ଟେଣ୍ଡର ପ୍ରକ୍ରିୟା ହେବାକୁ ଥିବା ଚିଠିରେ ଉଲ୍ଲେଖ ରହିଛିା

ତେବେ ଏହି ପୋଲ ନିର୍ମାଣ ହେଲେ ପଡିଆ ଓ କାଲିମେଳା ବ୍ଲକର ସିମିଳିବାଂଛା, ଭୁବନପାଲ୍ଲୀ, ତାଣ୍ଡବାଇ, କାଳଦାପାଲ୍ଲୀ, ପଡିଆ ପ୍ରଭୃତି ଅଞ୍ଚଳର ପ୍ରାୟ ୩୦ ହଜାର ଲୋକ ଉପକୃତ ହେବେ। ପୂର୍ବରୁ ବାପନପାଲ୍ଲୀ, କଟମପାଲ୍ଲୀ, ଏମ୍‍.ଭି. ୬୧, ଏମ୍‍.ଭି. ୬୦, କୁର୍ତ୍ତି, ପ୍ରଭୃତି ଅଞ୍ଚଳର ଆଦିବାସୀ ମାନେ ବିପଦ ସଙ୍କୁଳ ଅବସ୍ଥାରେ ଜାତାୟତ କରୁଥିଲେ। ଦୀର୍ଘ ୫୦ ବର୍ଷ ହେବ ଏଠାରେ ପୋଲ ନିର୍ମାଣ ପାଇଁ ଦାବି କରା ଯାଇଥିଲ।। ଗତ ଦୁଇମାସ ପୂର୍ବେ ମାଲକାନଗିରିର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅରବିନ୍ଦ ଢାଲିଙ୍କୁ ଏଥିନେଇ କୁହାଯାଇଥିଲ।। ଅରବିନ୍ଦ ଢାଲି ସ୍ୱତନ୍ତ୍ର ଭାବେ ଏଠାରେ ପୋଲ ନିର୍ମାଣ ନେଇ ଅନୁରୋଧ କରିଥିଲୋ ତେବେ ମାଲକାନଗିରି ବିଧାୟକ ମାନସ ମାଡକାମି, ସାଂସଦ ବଳଭଦ୍ର ମାଝି ମଧ୍ୟ ଏହି ଅଞ୍ଚଳରେ ଗ୍ରାମବାସୀମାନଙ୍କ ପୋଲ ନିର୍ମାଣ ଓ ପୋଟେରୁ ନଦୀରେ ପୋଲ ନିର୍ମାଣ ନେଇ ପୂର୍ବରୁ ମଧ୍ୟ ଜାଗା ଚିହ୍ନଟ କରି ଟେଣ୍ଡର ପ୍ରକ୍ରିୟା ସରିଥିବା ଜଣାପଡିଛିା ପୋଲ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ମଧ୍ୟ ତତ୍ପରତା ପ୍ରକାଶ ପାଇଥିଲ।। ତେବେ ନିର୍ବାଚନ ମାତ୍ର ଆଉ କିଛି ମାସ ଥିବା ବେଳେ କୁଟନପାଲ୍ଲୀ ଗ୍ରାମ ନିକଟରେ ପୋଟେରୁ ନଦୀରେ ଏହି ପୋଲ ଦ୍ୱାରା ରାଜ୍ୟ ସରକାର ଏହି ଅଞ୍ଚଳବାସୀଙ୍କ ଆସ୍ତାଭାଜନ ହୋଇ ପାରିଛିା ଆଉ ମାତ୍ର କେଇ ମାସ ମଧ୍ୟରେ ଏଠାରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି। ସିଧାଶଳଖ ଛତିଶଗଡର ଦୋର୍ନାପାଲ, ପଡିଆ, ପ୍ରଭୃତି ଅଞ୍ଚଳକୁ ଏହି ପୋଲ ଦ୍ୱାରା ସଂଯୋଗ ହୋଇପାରିବ। ପୂର୍ବରୁ ଏହି ଗ୍ରାମବାସୀ ମାନେ ପଡିଆ ଜିବାକୁ ହେଲେ ପ୍ରାୟ ୬୦ କିଲୋମିଟର ବୁଲି ଯିବାକୁ ପଡୁଥିଲ।। ଏହି ପୋଲ ନିର୍ମାଣ ହେଲେ ମାତ୍ର ୨୦ କିଲୋମିଟର ମଧ୍ୟରେ ପଡିଆ ବ୍ଲକକୁ ଯାଇହେବ ବୋଲି କୁହାଯାଇଛିା ବିପଦ ସଙ୍କୁଳ ଅବସ୍ଥାରେ ଦେଶୀ ଡଙ୍ଗା ଓ ମୋଟର ବୋଟରେ ବର୍ତ୍ତମାନ ହଜାର ହଜାର ଲୋକ ଦୈନିକ ଏହି ନଦି ପାର ହେଉଛନ୍ତିା

Leave A Reply