ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ

0

ମାଲକାନଗିରିର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଶ୍ରେଣୀ କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଶନିବାର ମାଲକାନଗିରିଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ସେ ସଦର ମହକୁମାସ୍ଥିତ ଆର.ଟି.ଓ କାର୍ଯ୍ୟାଳୟ ନିକଟରେ ସ୍ୱୟଂ ଚାଳିତ ଗାଡ଼ିଚାଳନା ପ୍ରଶିକ୍ଷଣ ଓ ପରୀକ୍ଷଣ ଟ୍ରାକର ଉଦଘାଟନ କରିବା ସହ ସହକାରୀ ବାଣିଜ୍ୟକର କମିଶନରଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ନିମନ୍ତେ ୨ ଟି.ଡି, ୪ ଟି ଇ ଓ ୪ ଟି ଏଫ ଟାଇପ ସରକାରୀ ବାସଗୃହର ଶୁଭ ଉଦଖାଟନ କରିଥିଲେ। ଏଥିସହ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବସଷ୍ଟାଣ୍ଡ ଭାୟା ଜଗନ୍ନାଥ ମନ୍ଦିର ରାସ୍ତାର ଉନ୍ନତିକରଣର ଶିଳାନ୍ୟାସ କରିବା ସହ ପ୍ରଧାନୀଗୁଡ଼ା ଜଙ୍ଗସନ୍ ଠାରୁ ଶିଳ୍ପ ତାଲିମ ଅନୁଷ୍ଟାନ ରାସ୍ତାର ଶିଳାନ୍ୟାସ କରିଛନ୍ତି। ଏହି ଉତ୍ସବରେ ସାଂସଦ ବଳଭଦ୍ର ମାଝି, ମାଲକାନଗିରି ବିଧାୟକ ମାନସ ମାଡ଼କାମି, ଚିତ୍ରକୋଣ୍ଡା ବିଧାୟକ ଡମ୍ବୁରୁ ଶିଶା, ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଆଡ଼ମା ରାୱାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Leave A Reply