ଗାଁ ଠାରୁ ପଂଚାୟତ କାର୍ଯ୍ୟାଳୟର ଦୂରତା ୬୦ କିମି, ସମସ୍ୟା ସମାଧାନ ନ ହେଲେ ନିର୍ବାଚନ ବର୍ଜନ ଧମକ

0

ମାଲକାନଗିରି: ଗୋଟିଏ ଗ୍ରାମରୁ ନିଜ ପଂଚାୟତକୁ ଯିବାକୁ ହେଲେ ୬୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡୁଛି । ଏଭଳି ସମସ୍ୟା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ନାକାମାମୁଡି ପଂଚାୟତର ମୁଦୁଲିଗୁଡା ଓ ବାୟାପଡା ଗ୍ରାମର ଲୋକମାନଙ୍କୁ ଭୋଗିବାକୁ ପଡିଛି । ସରକାରୀ ଯୋଜନା ଏମାନଙ୍କ ପାଇଁ ସାତସପନ ହୋଇଥିବା ବେଳେ ଏହି ଗ୍ରାମବାସୀ ମାନେ ପଂଚାୟତୁ ଯିବାକୁ ହେଲେ ଅଙ୍ଗୁରଗୁଡା ଠାରୁ ଲଂଚରେ ପ୍ରାୟ ୬୦ କିଲୋମିଟର ଅତିକ୍ରମ କରି ଡାଇକ୍-୩ ପର୍ଯ୍ୟନ୍ତ ଆସିଥାନ୍ତିା  ସେଠାରୁ ପୁଣି ୫ କିଲୋମିଟର ଦୂର ପଂଚାୟତ କାର୍ଯ୍ୟାଳୟକୁ ଚାଲି ଚାଲି  ଯିବାକୁ ପ​‌ଡେ । ବ।ର୍ଦ୍ଧକ୍ୟ ଭତ୍ତା, ଟଙ୍କାକିଆ ଚାଉଳ ଅତ୍ୟାବଶ୍ୟକ ସାମଗ୍ରୀ, ଚିକିତ୍ସା ପାଇଁ ଚିତ୍ରକୋଣ୍ଡା ଉପରେ ନିର୍ଭର କରିବାକୁ ପଡେ । ସରକାରୀ ଯୋଜନା କଣ ଏମାନେ ଜାଣନ୍ତି ନାହିଁ । କୌଣସି ସରକାରୀ ବ।ବୁଙ୍କ ପାଦ ଏହି ଗ୍ରାମରେ ପଡିନାହିଁ । ବିଦ୍ୟାଳୟ ଥାଇ ମଧ୍ୟ ଶିକ୍ଷକ ନଥିବାରୁ ଶହ ଶହ ଆଦିବାସୀ ଛାତ୍ରଛାତ୍ରୀ ଶିକ୍ଷା ଅଧିକାରରୁ ବଂଚିତ ହେଉଛନ୍ତି ।

ଏଭଳି ପରିସ୍ଥିତିରେ ନାକାମାମୁଡି ପଂଚାୟତକୁ ବିଭକ୍ତ କରି ମୁଦୁଲିଗୁଡାରେ ନୂତନ ଗ୍ରାମ ପଂଚାୟତ ଖୋଲାଗଲେ ସମସ୍ୟାର ସମାଧାନ ହେବ ବୋଲି ସରକାରଙ୍କୁ ଅଂଚଳବାସୀ ଦାବି କରିଛନ୍ତି । ଅଙ୍ଗୁରଗୁଡା, ଆମିଳିବେଡା, ଟିକରପଡା, ଖଜୁରଗୁଡା, ବକଲି, ନାରଙ୍ଗିଝଲା, ମୁଦୁଲିଗୁଡା, ରାବା, ତାରାମାଲ୍, ହାତିଗୁଡା, ବଡାଖିଆଗୁଡା, ଝୁମିଗୁଡା, ସିଙ୍ଗବେଡା, ବାଟାଗୁଡା, ସରିପଦା, ବାନ୍ଧାପଡାର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ ପରିବାର ବାସ କରୁଥଇବା ବେଳେ ଏହି ପରିବାରଙ୍କ ଦାବି ନେଇ ସରକାରୀ ସ୍ଥଳରେ ଆଜି ପର୍ଯ୍ୟନ୍ତ ଉଦ୍ୟମ କରା ଯାଇନଥିବା ଅଭିଯୋଗ ହୋଇଛି । ଏନେଇ ସୋମବାର ସ୍ଥାନୀୟ ଅଂଚଳର ଶହ ଶହ ଆଦିବାସୀ ମାଲକାନଗିରି ଜିଲ୍ଲାପାଳଙ୍କୁ ସାକ୍ଷାତ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ଏହି ସମସ୍ୟା ଗୁଡିକର ସମାଧାନ ନ କରନ୍ତି ତେବେ ଆଗମୀ ନିର୍ମାଚନ ବର୍ଜନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply