ମେକ୍ଅପ୍ ହେବା ବେଳେ ଏଥିପ୍ରତି ଧ୍ୟାନ ଦିଅନ୍ତୁ

0

ସାଧାରଣତଃ ମହିଳାମାନେ ମେକ୍ଅପ୍ ବିନା ବାହାରକୁ ବାହାରିବାକୁ ପସନ୍ଦ କରନ୍ତି ନାହିଁ। ବିଶେଷ କରି କୌଣସି ପାର୍ଟିକୁ ଯିବାକୁ ଥିଲେ ବା କୌଣସି ପର୍ବ-ପର୍ବାଣୀ ଆସିଲେ ମହିଳାମାନେ ମେକ୍ଅପ୍ କୁ ନେଇ ଚିନ୍ତାରେ ପଡ଼ିଯାଆନ୍ତି। ଆବଶ୍ୟକ ପଡ଼ିଲେ ପାର୍ଲର ମଧ୍ୟ ଯାଇଥାଆନ୍ତି। ତେବେ ମେକ୍ଅପ୍ କୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ। ଆପଣ ଚାହିଁଲେ ନିଜେ ମଧ୍ୟ ଖୁବ୍ ସୁନ୍ଦର ଭାବେ ମେକ୍ଅପ୍ ହୋଇ ପାରିବେ। ହେଲେ ମେକ୍ଅପ୍ ହେବା ପୂର୍ବରୁ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଚାଲନ୍ତୁ ଜାଣିବା ସେ ବିଷୟରେ –

ଫାଉଣ୍ଡେଶନ ପୂର୍ବରୁ ଆଇଶ୍ୟାଡୋ ଲଗାନ୍ତୁ। କେତେଜଣ ମହିଳାଙ୍କର ଆଇଶ୍ୟାଡୋ ଲଗାଇବାର ଭୁଲ୍ ଧାରଣା ରହିଛି, ଯେ ଏହାକୁ ଫାଉଣ୍ଡେଶନ୍ ଲଗାଇବା ପରେ ଲଗାଯାଏ। ହେଲେ ଏହାର ଉପଯୁକ୍ତ ପଦ୍ଧତି ହେଉଛି ପ୍ରଥମେ ଆଇଶ୍ୟାଡୋ ଓ ପରେ ମୁହଁରେ ଫାଉଣ୍ଡେଶନ ଲଗାନ୍ତୁ। କାରଣ ବେଳେବେଳେ ଆଇଶ୍ୟାଡୋ ଲଗାଇବାବେଳେ ତାହା ମୁହଁର କିଛି ସ୍ଥାନରେ ଲାଗିଯାଏ। ଆଗରୁ ଫାଉଣ୍ଡେଶନ ଲଗାଇଥିଲେ ଆଇଶ୍ୟାଡୋକୁ ସେଥିରୁ ପୋଛିବା କଷ୍ଟକର ହୋଇଯାଏ। ଆବଶ୍ୟକ ପଡିଲେ ସ୍କାଚ୍ ଟେପ୍ ଉକ୍ତ ଜାଗାରେ ଲଗାନ୍ତୁ। ଏହାଦ୍ୱାରା ଅଧିକ ଲାଗିଥିବା ଶ୍ୟାଡୋକୁ ଲିଭାଇପାରିବେ।
ପ୍ରାଇମର ଲଗାଇବାକୁ ଭୁଲନ୍ତୁ ନାହିଁ। ପ୍ରାଇମର ମୁହଁରେ ମେକ୍ଅପ୍ କୁ ଅଧିକ ସମୟ ପର୍ଯ୍ୟନ୍ତ ବଜାୟ ରଖିଥାଏ। ହେଲେ ମଏଶ୍ଚରାଇଜର ଲଗାଇବା ପରେ ପ୍ରାଇମର ଲଗାନ୍ତୁ। ଅଳ୍ପ ମାତ୍ରାରେ ପ୍ରାଇମରକୁ ହାତ ପାପୁଲିରେ ନେଇ ଭଲଭାବେ ଗୋଳାଇ ଏକ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ମାଲିସ କରନ୍ତୁ। ଏହାର ପାଞ୍ଚ ମିନିଟ୍ ପରେ ଫାଉଣ୍ଡେଶନ ଲଗାନ୍ତୁ।

ଆପଣଙ୍କ ତ୍ୱଚାର ରଙ୍ଗ ଅନୁସାରେ ଫାଉଣ୍ଡେଶନର କଲର ବାଛନ୍ତୁ। ଏହା ଆପଣଙ୍କ ତ୍ବଚା ପାଇଁ ଉପଯୋଗୀ ହେବା ଦରକାର। ମେକ୍ଅପ୍ ରେ ବ୍ୟବହୃତ ସ୍ପଞ୍ଜ୍ ଓ ବ୍ରଶ୍ ମଧ୍ୟ ପରିଷ୍କାର ହେବା ଆବଶ୍ୟକ।

କୌଣସି ପାର୍ଟି ବା ଫଙ୍କ୍ସନକୁ ଯିବାବେଳେ ମହିଳାମାନେ ଲିକ୍ୱିଡ୍ ଫାଉଣ୍ଡେଶନ ଲଗାଉଛନ୍ତି, କିନ୍ତୁ ଲୁଜ୍ ପାଉଡର ଲଗାଇବାକୁ ଭୁଲିଯାଉଛନ୍ତି। ମାତ୍ର ଏପରି କରନ୍ତୁ ନାହିଁ।

ମସ୍କରା ଖୋଲିବାର ୩ ମାସ ମଧ୍ୟରେ ହିଁ ଏହାକୁ ବ୍ୟବହାର କରିଦିଅନ୍ତୁ। ୩ ମାସ ପରେ ଏହାର ବ୍ୟବହାର କଲେ ସଂକ୍ରମଣର ସମ୍ଭାବନା ରହିଛି।
ଶୋଇବା ପୂର୍ବରୁ ମେକ୍ଅପ୍ ଛଡ଼ାଇବାକୁ ଭୁଲନ୍ତୁ ନାହିଁ। ମେକ୍ ଅପ୍ ଲଗାଇ ଶୋଇବା ଦ୍ୱାରା ତ୍ବଚା ଖରାପ ହୋଇଥାଏ। କାରଣ ଏହାଦ୍ୱାରା ତ୍ୱଚାର ଲୋମକୁପ ବନ୍ଦ ହୋଇଯାଏ, ଯଦ୍ଦ୍ବାରା ଚେହେରାରେ ଦାଗ ସୃଷ୍ଟି ହୋଇଥାଏ।

Leave A Reply