ରଥଯାତ୍ରାରେ ଟିଭି ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଅସଦାଚରଣ କରି ରାସ୍ତାରେ ଆଣ୍ଠେଇଥିଲେ ଅଭିଯୁକ୍ତ

0

ପୁରୀ: ରଥଯାତ୍ରାରେ ହିନ୍ଦୀ ଟିଭି ଅଭିନେତ୍ରୀଙ୍କୁ ଅସଦାଚରଣ କରିବା କିଛି ଅଭିଯୁକ୍ତଙ୍କୁ ମହଙ୍ଗା ପଡିଛି । ଅସଦାଚରଣ କରିବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଉଠ୍‌ବସ୍‌ କରାଇବା ସହ ସ୍ଥାନୀୟଲୋକ ସେମାନଙ୍କୁ ଆଣ୍ଠଇଦେଇଥିଲେ । ମାହିକା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହା ଉଲ୍ଲେଖ କରିବା ସହ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଏ ବିଷୟରେ ଜଣାଇଛନ୍ତି ।

ମାହିକା ରଥଯାତ୍ରା ଦିନ ରଥରେ ଆଳତୀ ଦର୍ଶନ କରିବା ପାଇଁ ଯାଉଥିଲେ । ଏହି ସମୟରେ କିଛି ଯୁବକ ତାଙ୍କୁ ଅସଦାଚରଣ କରିବା ସହ ଚାପୁଡା ମାରିବା ପାଇଁ ଉଦ୍ୟମ କରିଥିଲେ ବୋଲି ସେ ସାକ୍ଷାତକାରରେ କହିଛନ୍ତି । ସେ ଏହାର ବିରୋଧ କରିବାରୁ ସେଠାରେ ଥିବା ପୁଲିସ ଅଭିଯୁକ୍ତମାନଙ୍କୁ ଉଠ୍‌ବସ୍‌  କରିବା ସହ ସେଠାରେ ଥିବା ସ୍ଥାନୀୟ ଲୋକ ଅଭିଯୁକ୍ତମାନଙ୍କୁ ରାସ୍ତାରେ ଆଣ୍ଠେଇ ଦେଇଥିଲେ । ମାତ୍ର ସେ ଏ ନେଇ ପୁଲିସରେ ଅଭିଯୋଗ କରି ନାହାନ୍ତି । ଅଭିଯୁକ୍ତମାନେ ଅଳ୍ପ ବୟସର, ତାଙ୍କ ନାମରେ ପୁଲିସରେ ଅଭିଯୋଗ କଲେ ସେମାନଙ୍କର ଭବିଷ୍ୟତ ନଷ୍ଟ ହେବ ବୋଲି ସେ ଏପରି କରି ନ ଥିବା ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି । ଏ ବିଷୟରେ ସେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଉଲ୍ଲେଖ କରିବା ପରେ ପୁରୀ ଏସ୍‌ପି ଏ ବିଷୟରେ ଅଧିକ ସୂଚନା ଦେବା ପାଇଁ ତାଙ୍କୁ ଅନୁରୋଧ କରିଛନ୍ତି । ପୁରୀରେ ସୁରକ୍ଷା ବ୍ୟବସ୍ଥା ବେଶ୍ ଭଲ ଥିବା ଓ ଏକ ଭଲ ପର୍ଯ୍ୟଟନ କ୍ଷେତ୍ର ବୋଲି ମାହିକା ତାଙ୍କ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି । ଭକ୍ତ , ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ନିହାତି ପୁରୀ ବୁଲିଯିବା ଦରକାର ବୋଲି ସେ ନିଜ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।

Leave A Reply