ମହେନ୍ଦ୍ରାର ନୂଆ ପ୍ରୟାସ ; ଉପକୃତ ହେବେ ଚାଷୀ

0

ନୂଆଦିଲ୍ଲୀ : ମହେନ୍ଦ୍ରା ଏବଂ ମହେନ୍ଦ୍ରା କ୍ଷୁଦ୍ରଚାଷୀ ମାନଙ୍କ ପାଇଁ ଏକ ନୂଆ ଅଫର ଆଣିବାକୁ ଯାଉଛି। ଗ୍ରାହକମାନଙ୍କ ପାଇଁ ମହେନ୍ଦ୍ରା ଛୋଟ ଟ୍ରାକ୍ଟର ଆଣିବାକୁ ଯାଉଛି। ଯାହାର ମୂଲ୍ୟ ୨ ଲକ୍ଷ ଟଙ୍କା ରହିଛି। ଭାରତରେ ୯୦ ପ୍ରତିଶତ କ୍ଷୁଦ୍ର ଚାଷୀ ରହିଛନ୍ତି, ସେମାନଙ୍କ ନିକଟରେ ୫ ଏକରରୁ କମ୍‍ ଚାଷଜମି ରହିଛି। ଭାରତରେ ବହୁ ଚାଷୀ ଅର୍ଥ ଦେଇ ନିଜର ଚାଷ କରିଥାନ୍ତି। ଚାଷୀମାନଙ୍କୁ ନିଜ ପକ୍ଷରେ ଆଣିବାପାଇଁ କମ୍ପାନୀ ଏହି ପ୍ରୟାସ କରିଥିବା କୁହାଯାଉଛି। ଭାରତରେ ଥିବା ଟ୍ରାକ୍ଟରର ମୂଲ୍ୟ ୪ଲକ୍ଷ ଟଙ୍କା ରହିଛି। ମହେନ୍ଦ୍ରାର ପ୍ରବନ୍ଧକ ନିର୍ଦ୍ଦେଶକ ପବନ ଗୋୟେଙ୍କାଙ୍କ ମତରେ ଭାରତରେ ଚାଷୀ ଚାଷ କରିବାପାଇଁ ସକ୍ଷମ ହୋଇପାରୁନାହାନ୍ତି। ଯାହା ଫଳରେ ଏହି ଟ୍ରାକ୍ଟର ସବୁ କ୍ଷୁଦ୍ରଚାଷୀ ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି।

Leave A Reply