ପିପିଲିରେ ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ

0

ପିପିଲି: ମହାନଦୀର ସୁରକ୍ଷା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ କରାଯାଇଥିବା ‘ମହାନଦୀ ସୁରକ୍ଷା ଅଭିଯାନ’ ବୁଧବାରରେ  ପିପିଲିରେ  ଅନୁଷ୍ଠିତ ହୋଇଯାଇଛି। ପ୍ରବଳ ବର୍ଷା ସତ୍ତ୍ବେ ୮ହଜାରରୁ ଅଧିକ ବିଜେଡି କର୍ମୀ ଓ ସମର୍ଥକ ମାନେ ଏଥିରେ ସାମିଲ ହୋଇଥିଲେ  । ଏହି ଅବସରେ ଏକ ବିଶାଳ ବାଇକରାଲି ଅନୁଷ୍ଠିତ ହୋଇଥିଲା ।

ସାତଶଙ୍ଖ ବଜାର ଓ ପିପିଲି ଠାରେ ଏହି ଉପଲକ୍ଷେ ଆୟୋଜିତ ଦୁଇଟି ସାଧାରଣ ସଭାରେ ସ୍ଥାନୀୟ ବିଧାୟକ ତଥା କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ସଭାପତିତ୍ୱ କରିଥିଲେ। ଏହି ସୁରକ୍ଷା ଅଭିଯାନର ଆବାହକ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି,   ପୁରୀ ଜିଲାର ବିଜେଡି ବିଧାୟକମାନେ ସାମିଲ ହୋଇଥିଲେ  । ବିଜେପି ସହ ଛତିଶଗଡ ଓ କେନ୍ଦ୍ରସରକାରଙ୍କ ଉପରେ ବିଜେଡି ନେତାମାନେ ବର୍ଷି ଥିଲେ।

Leave A Reply