ମଦ୍ରାସା ଛାତ୍ରଙ୍କ ଶତାଧିକ ମୋବାଇଲ ପୋଡ଼ାଗଲା

0

ଢାକା : ବାଂଲାଦେଶର ରାଜଧାନୀ ଢାକାରେ ଥିବା ଏକ ମଦ୍ରାସାରେ ଅଧ୍ୟୟନରତ ଏକାଧିକ ଛାତ୍ରଙ୍କ ନିକଟରୁ ଜବତ ହୋଇଥିବା ଶତାଧିକ ମୋବାଇଲ ଫୋନକୁ ମଦ୍ରାସା କର୍ତ୍ତୃପକ୍ଷ ପୋଡିଦେଇଥିବା ଜଣାପଡିଛି। ନିୟମ ଅନୁଯାୟୀ ମଦ୍ରାସା ଛାତ୍ରମାନେ ମୋବାଇଲ ବ୍ୟବହାର କରିବା କଥା ନୁହେଁ। ତେବେ ଅଲ୍‌-ଜମିଆତୁଲ ଆହଲିଆ ଦାରୁଲ ମୋଇନୁଲ ଇସଲାମ ମଦ୍ରାସାରେ ଅଧ୍ୟୟନ କରୁଥିବା ଏହି ଛାତ୍ରମାନେ ମୋବାଇଲ ଫୋନ ବ୍ୟବହାର କରି ବିପଥଗାମୀ ହେଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମଦ୍ରାସା ସୁପରିଟେଣ୍ଡେଣ୍ଟ ମୁଫ୍‌ତି ଜାସିମ ଉଦ୍ଦିନ ସୂଚନା ଦେଇଛନ୍ତି। ୧୨୩ ବର୍ଷ ପୁରୁଣା ଏହି ମଦ୍ରାସାରେ ବର୍ତ୍ତମାନ ୧୪୦୦ ଛାତ୍ର ଅଧ୍ୟୟନ କରୁଛନ୍ତି।

Leave A Reply