ମା’ ମାଣିକେଶ୍ବରୀଙ୍କ ବିଗ୍ରହ ଚୋରି ଅଭିଯୋଗ

0

ରାୟଗଡା : ଥିରୁବାଲି ଖେଦପଡାସ୍ଥିତ ମା’ ମାଣିକେଶ୍ବରୀ ମନ୍ଦିରରୁ ହଜାର ହଜାର ବର୍ଷ ପୁରାତନ ମା’ଙ୍କ ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଚୋରି ହୋଇଛି। ଏହି ଘଟଣା ପ୍ରଘଟ ହେବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି।

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ମା’ ମାଣିକେଶ୍ବରୀଙ୍କ ମନ୍ଦିର ଭିତରେ ପଶିଥିଲେ। ସେଠାରେ ପୂଜା ପାଉଥିବା ମା’ଙ୍କ ଅଢେଇ ଫୁଟ ଉଚ୍ଚର ଅଷ୍ଟଧାତୁ ନିର୍ମିତ ବିଗ୍ରହକୁ ଚୋରି କରି ନେଇଯାଇଛନ୍ତି। ପୂଜା ପାଇଁ ସକାଳେ ପୂଜକ ମନ୍ଦିରରେ ପହଞ୍ଚି ମା’ଙ୍କ ମୂର୍ତ୍ତି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ତାପରେ ସେ ଗ୍ରାମ ଲୋକଙ୍କୁ ଏହି ଘଟଣା ସମ୍ପର୍କରେ କହିଥିଲେ। ଏହାସହ ପୁଲିସକୁ ମଧ୍ୟ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply