ନବଜାତ ଶିଶୁପୁତ୍ରକୁ ଗୋବର ଗଦାରେ ପୋତିଲା ମା’

0

ମୟୂରଭଞ୍ଜ: ନବଜାତ ଶିଶୁପୁତ୍ରକୁ ଗୋବର ଗଦାରେ ପୋତି ଦେଇଛି ମା’ । ଏଭଳି ଏକ ଅଭାବନୀୟ ଘଟଣା ଶରତ ଥାନା ଅନ୍ତର୍ଗତ ଲାବନ୍ୟଦେଇପୁର ଢିପସାହି ଗାଁରେ ଘଟିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତ ଶିଶୁପୁତ୍ରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାକାରୀ ମା’ ମୁସୁରୀ ସିଂକୁ ପୁଲିସ ନିଜ ହେପାଜତରେ ରଖିଛି ।

ମୁସୁରୀ ସିଂର ବୟାନ ଅନୁଯାୟୀ, ଗତ ବୁଧବାର ରାତିରେ ଶୌଚ ପାଇଁ ଯାଇଥିବା ବେଳେ ସେଠାରେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପରେ ମୃତ ନବଜାତ ଶିଶୁପୁତ୍ରକୁ ଘରକୁ ନ ଆଣି ସେଠାରେ ଥିବା ଏକ ଗୋବର ଗଦାରେ ପୋତି ଦେଇଥିଲେ । ତାଙ୍କର ପୂର୍ବରୁ ଦୁଇଟି ଶିଶୁକନ୍ୟା ରହିଥିବା ବେଳେ ସ୍ବାମୀ କେରଳରେ ରୁହନ୍ତି । ତେଣୁ ଅପବାଦକୁ ଡରି ସେ ଏପରି କରିଥିବା ପୁଲିସକୁ କହିଛି । ମୁସୁରୀ ସିଂର ସ୍ବାମୀ ତାଙ୍କୁ ନେବା ପାଇଁ ଶଶୂର ଘରକୁ ଆସିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି ।

Leave A Reply