ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡିଶା ଅଭିଯାନର ମହାସଂଗ୍ରାମ

0

ମାଲକାନାଗିରି: ରାଜ୍ୟର ନକ୍ସଲ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ନକ୍ସଲ ବିରୋଧୀ ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡିଶା ଅଭିଯାନ ମହାସଂଗ୍ରାମ ଆରମ୍ଭ କରିବାକୁ ଯାଉଛି । ଯେଉଁ ପିଏଲଜିଏ ର ନା ଶୁଣିଲେ ଅନେକଙ୍କ ହୋସ ଉଡିଯାଏ ସେହି ପିଏଲଜିଏ (ପିପୁଲସ ଲିବେରସନ ଗରିଲା ଆର୍ମି ) ବିରୋଧରେ ଏଏନପିପିଏଫ ( ଆଣ୍ଟି ନକ୍ସଲ ପିପୁଲସ ପିସ ଫୋର୍ସ ) ଓଡ଼ିଶାରେ ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡିଶା ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଯାହା ରାଜ୍ୟର ନକ୍ସଲ ପ୍ରଭାବିତ  ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି ଏବଂ  କନ୍ଧମାଳ ୫ଟି ଜିଲ୍ଲାରେ ଗଠନ ହେବ ।

ମାଲକାନଗିରି ଜିଲ୍ଲାରେ ୨୦୦, କୋରାପୁଟ ଜିଲ୍ଲାରେ ୧୦୦, ରାୟଗଡା ଜିଲ୍ଲାରେ ୧୦୦, କଳାହାଣ୍ଡି ଜିଲ୍ଲାରେ ୧୦୦ ଏବଂ କନ୍ଧମାଳ ଜିଲ୍ଲାରେ ୧୦୦ ସର୍ବମୋଟ ୬୦୦ ଜଣ ଯୁବକଙ୍କୁ ନେଇ ଆଣ୍ଟି ନକ୍ସଲ ପିପଲସ ପିସ ଫୋର୍ସ ଗଠନ ହେବ । ଯାହା ପିଏଲଜିଏ (ପିପଲସ ଲିବେରସନ ଗରିଲା ଆର୍ମି) କୁ ସାମ୍ନା କରିବ ।

ଏଏନପିପିଏଫ ( ଆଣ୍ଟି ନକ୍ସଲ ପିପଲସ ପିସ ଫୋର୍ସ ) ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡିଶା ଅଭିଯାନ ଆବାହକ ଭାରତ ଭୁଷଣଙ୍କ ମାର୍ଗଦର୍ଶନରେ ରାଜ୍ୟରେ କାମ କରିବ । ଆଣ୍ଟି ନକ୍ସଲ ପିପୁଲସ ପିସ ଫୋର୍ସ ରାଜ୍ୟ ଦାୟିତ୍ୱରେ ଏ. ଭୁଇଁଆ ଏବଂ ପି. ବିଜୟ ନାଇଡୁ ରହିବେ । ମାଲକାନଗିରି ଜିଲ୍ଲା ଦାୟିତ୍ୱରେ ଏସ. ଶୀଶା, କୋରାପୁଟ ଏବଂ ରାୟଗଡା ଦାୟିତ୍ବରେ ତ୍ରିନାଥ କୁମାର, କଳାହାଣ୍ଡି ଏବଂ କନ୍ଧମାଳ ଦାୟିତ୍ୱରେ ବି. ପଳାସୀ ରହିବେ ।

ଏହା ନକ୍ସଲଙ୍କ ପିଏଲଜିଏ ( ପିପୁଲସ ଲିବେରସନ ଗରିଲା ଆର୍ମି )କୁ ଦୃଷ୍ଟିରେ ରଖି ଗଠନ କରାଯାଇଛି, ନକ୍ସଲ ହିଂସାରୁ ଜନତାଙ୍କୁ ସୁରକ୍ଷା ଏବଂ  ରାଜ୍ୟର ବିଭିନ୍ନ ନକ୍ସଲ ପ୍ରଭାବିତ ଜିଲ୍ଲାର ବିକାଶ କାମକୁ ତ୍ୱରାନ୍ୱିତ କରିବା ଏହାର ମୁଖ୍ୟ ଲକ୍ଷ ହେବ। ଏହି ଏଏନପିପିଏଫ ପାରମ୍ପରିକ ହତିଆରରେ ସୁସଜିତ ହେବ ।

Leave A Reply