ମାତିଲେ ଦୁର୍ବୃତ୍ତ; ବ୍ୟବସାୟୀଙ୍କୁ ଛୁରାମାଡ଼, ମହିଳାଙ୍କ ଠାରୁ ଲୁଟ

0

କଟକ : କଟକରେ ଶନିବାର ରାତିରେ ଦୁଇଟି ଅଭାବନୀୟ ଘଟଣା ଘଟିଛି। ଗୋଟିଏ ସ୍ଥାନରେ ଜଣେ ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଥିବା ବେଳେ ଆଉ ଏକ ସ୍ଥାନରେ ଜଣେ ମହିଳାଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ତାଙ୍କ ସୁନା ଚେନ ଲୁଟ କରିଛନ୍ତି।
ସୂଚନା ଅନୁଯାୟୀ, ରାତି ସମୟରେ ଜଣେ ବ୍ୟବସାୟୀ ମାଲଗୋଦାମରେ ଥିବା ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଆକ୍ରମଣ କାରଣରୁ ତାଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ମାତ୍ର ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।
ଅନ୍ୟପକ୍ଷରେ ପୀଠାପୁର ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଇ ଜଣ ଲୁଟେରା ଆକ୍ରମଣ କରି ତାଙ୍କ ସୁନା ଚେନ ଲୁଟ କରିଥିବା ଜଣାପଡ଼ିଛି। ଲୁଟେରାଙ୍କ ଆକ୍ରମଣରେ ମହିଳା ଜଣଙ୍କ ଆହତ ହୋଇଛନ୍ତି। ସମ୍ପୃକ୍ତ ଘଟଣା ନେଇ ବାଦାମବାଡ଼ି ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

Leave A Reply