ଲୁଟେରାକୁ କାବୁ କ​‌ଲେ ମା’ ଓ ପୁଅ

0

ଭୁବନେଶ୍ବର : ଲୁଟ କରି ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଲୁଟେରାକୁ ମା ଓ ପୁଅ ଧରିବାରେ ସକ୍ଷମ ହୋଇଛନ୍ତି। ଏପରି ଘଟଣା ସହିଦନଗର ଥାନା ବାସୁଆଘାଇ ଅଞ୍ଚଳରେ ହୋଇଛି। ଏହାପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରାକୁ ଗିରଫ କରିଛି। ଲୁଟେରାମା​‌ନେ ଘଟଣାସ୍ଥଳରେ ଏକ ବାଇକ ଛାଡି ପଳାଇଥିବା ଜଣାପଡିଛି। ଏହାସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସହିଦନଗର ଥାନା ବାସୁଆଘାଇ ଅଞ୍ଚଳରେ ଲୁଟେରାମାନେ ୧୩ଭରି ସୁନା ଲୁଟ କରି ଫେରାର ହେବାକୁ ଉଦ୍ୟମ କରୁଥିଲେ। ସେହି ସମୟରେ ମା ଓ ପୁଅ ଜଣେ ଲୁଟେରାକୁ ଧରିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତାହାର ସୁଯୋଗ ନେଇ ଅନ୍ୟ ଲୁଟେରାମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ।

Leave A Reply