ଦିନଦ୍ୱିପହରରେ ରାଜଧାନୀରେ ଲୁଟ୍

0

ଭୁବନେଶ୍ୱର : ଦିନଦ୍ୱିପହରରେ ରାଜଧାନୀରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖର ଥାନା ଶୈଳେଶ୍ରୀବିହାର ଫେଜ-୭ରେ ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳିଛି । ଦିନଦ୍ୱିପହରରେ ଦମ୍ପତିଙ୍କ ଠାରୁ ଲୁଟ ଉଦ୍ୟମ ଓ ପରେ ହତ୍ୟା ଧମକ ଦେଇ ଲୁଟେରାମାନେ ଫେରାର ହୋଇଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଏକ ଦମ୍ପତ୍ତି ମର୍ଣ୍ଣଂ ୱାକ ସାରି ଘରକୁ ଫେରୁଥିବା ବେଳେ ଦୁଇଟି ବାଇକରେ ୫ଜଣ ଦୁର୍ବୃତ୍ତ ଆସିଥିଲେ । ମହିଳାଙ୍କ ବେକରେ କଟୁରୀ ଲଗାଇ ଲୁଟ ଉଦ୍ୟମ କରିଥିଲେ । ମହିଳାଙ୍କ ସ୍ୱାମୀ ଲୁଟରାମାନଙ୍କୁ ବିରୋଧ କରିବାରୁ ତାଙ୍କୁ କଟୁରୀରେ ହାଣି ଦେବାକୁ ଧମକ ଦେଇତିଲେ । ଦମ୍ପତିଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କ ନିକଟକୁ ଆସିବାରୁ ଲୁଟେରାମାନେ ପଥରମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହା ସହ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେଇ ଲୁଟେରା ଚମ୍ପଟ ମାରିଥିବା ସମ୍ପୃକ୍ତ ଦମ୍ପତ୍ତି ଅଭିଯୋଗ କରିଛନ୍ତି ।

Leave A Reply