ଏଚ୍‍ଡ଼ିଏଫ୍‍ସି ବ୍ୟାଙ୍କ ସମ୍ମୁଖରୁ ଲୁଟ୍ ଅଭିଯୋଗ

0

ଅନୁଗୁଳ : ଶଙ୍କର ସିନେମା ହଲ୍‍ ଅଞ୍ଚଳରେ ଥିବା ଏଚ୍‍ଡ଼ିଏଫ୍‍ସି ବ୍ୟାଙ୍କ ସମ୍ମୁଖରୁ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟ ହୋଇଛି। ସୂଚନା ଅନୁଯାୟୀ ଦିନ ୨ଟା ସମୟରେ ଜଣେ ୫୦ବର୍ଷିୟ ବ୍ୟକ୍ତିଙ୍କ ଠାରୁ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି । ସେ ବ୍ୟାଙ୍କରୁ ଟଙ୍କା ଉଠାଇ ବାହାରକୁ ଆସିବା ପରେ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ମାଡ ମାରିବା ସହ ଟଙ୍କା ବ୍ୟାଗ୍ ଛଡାଇ ନେଇଥିଲେ । ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭ୍‍ କ୍ୟାମେରାରେ ସେମାନଙ୍କ ଫୁଟେଜ୍ ରେକର୍ଡ ରହିଥିବା ଜଣାପଡିଛି । ଏହାକୁ ଆଧାର କରି ପୁଲିସ ତଦନ୍ତ ଚଳାଇଛି ।

Leave A Reply