ବ୍ରହ୍ମପୁର ପୁଲିସକୁ ଦୁର୍ବୃତ୍ତଙ୍କ ଚ୍ୟାଲେଞ୍ଚ, ପୁଣି ଚୋରି ଅଭିଯୋଗ

0

ବ୍ରହ୍ମପୁର: ୧୬ନମ୍ବର ଜାତୀୟ ରାଜପଥ ଗୋଳନ୍ଥରା ଥାନା ଅନ୍ତର୍ଗତ କନିସି ହାଟ ନିକଟରେ ମହାବୀର ନାମକ ଏକ ଟାୟାର ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୁତ୍ତମାନେ ଦୋକାନରେ ଥିବା ସିସିଟିଭି କ୍ୟାମେରା ବନ୍ଦ କରି ପ୍ରାୟ ଲକ୍ଷାଧିକ ଟଙ୍କାର ଟାୟାର ଚୋରି କରି ଚମ୍ପଟ ମାରିଛନ୍ତି । ଖବର ପାଇ ଗୋଳନ୍ଥରା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଡକାୟତ ଘଟଣାରେ ଆନ୍ତଃଜିଲ୍ଲା ଡକାୟତ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ପୁଲିସ ସନ୍ଦେହ କରୁଛି ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ବ୍ରହ୍ମପୁର ଶଶୀଭୂଷଣ ମହାବିଦ୍ୟାଳୟ ସମ୍ମୁଖରେ ପୁଲିସ ପରିଚୟ ଦେଇ ଜଣେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ । କିଛିଦିନର ନୀରବତା ପରେ ବ୍ରହ୍ମପୁର ପୁଲିସକୁ ଦୁର୍ବୃତ୍ତମାନେ କଡା ଚ୍ୟାଲେଞ୍ଜ ଦେଇ ଗୋଟିକ ପରେ ଗୋଟିଏ ଡକାୟତି ଯୋଜନାରେ ସଫଳ ହେଉଛନ୍ତି।

Leave A Reply