ଯକୃତ ଓ ବୃକକ ଖରାପ ହେବାର ମୁଖ୍ୟ କାରଣ କଣ

0

ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ଭିନ୍ନ ଭିନ୍ନ କାର୍ଯ୍ୟ ରହିଛି। ଏମାନଙ୍କ ବିନା ଶରୀରର କୌଣସି ଅସ୍ଥିତ୍ୱ ନାହିଁ। ଏହି ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ଯକୃତ ଓ ବୃକକ ଆମ ଅଜାଣତରେ ବିଭିନ୍ନ୍‍ କାରଣ ହେତୁ ଖରାପ ହୋଇଥାଏ । ମାତ୍ର କେତୋଟି ସାଧାରଣ ଉପାୟ ଅବଲମ୍ବନ କରି ଆମେ ଏହାର ଯତ୍ନ ନେଇପାରିବା।
ପାଣି – ଦୈନ୍ଦିନ ୬ରୁ ୮ ଲିଟର ପାଣି ପିଇବା ଦ୍ୱାରା ବୃକକ ଓ ଯକୃତ ଭଲ ଭାବେ କାର୍ଯ୍ୟ କରିଥାଏ। ଏହା ଉପରେ କୌଣସି ଖରାପ ପ୍ରଭାବ ପକାଇ ନଥାଏ।
ଅଧିକ ଚିନ୍ତା କରିବା ଦ୍ୱାରା ମଧ୍ୟ ଏହା ଉପରେ ଖରାପ ପ୍ରଭାବ ପଡ଼ିଥାଏ।
ନିୟମିତ ବ୍ୟାୟାମ କଲେ , ଏହା ଠିକ ଭାବେ କାର୍ଯ୍ୟ କରିଥାଏ। ଏହା ଉପରେ କୌଣସି କୁପ୍ରଭାବ ପଡ଼ିନଥାଏ।
ଅଧିକ ମୋଟା ହେବା ଦ୍ୱାରା ମଧ୍ୟ ଏହା ଉପରେ ପ୍ରଭାବ ପକାଇଥାଏ। ତେଣୁ ଯଥା ସମ୍ଭବ ନିଜ ଶରୀରର ଓଜନ ପ୍ରତି ଧ୍ୟାନ ଦିଅନ୍ତୁ।
ଲୁଣ – ଅଧିକ ପରିମାଣରେ ଲୁଣ ଖାଇଲେ ମଧ୍ୟ ଏହା ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଅଧିକ ପରିମାଣରେ ଲୁଣ ଖାଇବା ମଧ୍ୟ ଉଚିତ ନୁହେଁ।
ଅଧିକ ପରିମାଣରେ ମଦ୍ୟପାନ କଲେ ମଧ୍ୟ ଏହା ଯକୃତ ଓ ବୃକକ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

Leave A Reply