ଛାଡନ୍ତୁ କେମିକାଲ ଯୁକ୍ତ ଲିପବାମ୍, ଏଣିକି ଘରେ କରନ୍ତୁ ପ୍ରସ୍ତୁତ

0

ଶୀତ ଦିନରେ ଲିପ୍ ବାମର ବ୍ୟବହାର ପ୍ରାୟ ସମସ୍ତେ କରିଥାନ୍ତି । କିନ୍ତୁ ବଜାରରେ ମିଳୁଥିବା ଲିପ୍ ବାମ୍ ଗୁଡିକରେ ଅତ୍ୟଧିକ ମାତ୍ରାରେ କେମିକାଲ୍ସ ବ୍ୟବହାର ହୋଇଥାଏ । ଯାହା ଆମ ଓଠ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଘରେ ଲିପ୍ ବାମ୍ ତିଆରି କରି ବ୍ୟବହାର କରିବା ସବୁଠୁ ସୁରକ୍ଷିତ । ତେବେ ଆସନ୍ତୁ ଜାଣିବା ଘରେ ଲିପ୍ ବାମ୍ ପ୍ରସ୍ତୁତ କରିବାର ଉପାୟ ।

ପ୍ରସ୍ତୁତ ପ୍ରଣାଳୀ: ଏକ ପାତ୍ରରେ ପେଟ୍ରୋଲିୟମ୍ ଜେଲି ବା ଭେସଲିନ୍ ନିଅନ୍ତୁ । ସେଥିରେ ଅଧା ଚାମଚ ନଡିଆ ତେଲ ମିଶାନ୍ତୁ ଏବଂ ରଙ୍ଗ ପାଇଁ ଆପଣ ଚାହିଁଲେ ଲିପଷ୍ଟିକର ଅଳ୍ପ ଖଣ୍ଡେ ଅଂଶ ପକାଇ ପାରିବେ । ଏବେ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଶେଷରେ ଏଥିରେ ୨ଟି ଭିଟାମିନ୍ ଇ କ୍ୟାପସୁଲ ତେଲ ମିଶାଇ ଦିଅନ୍ତୁ । ଏହାକୁ ଭଲ ଭାବରେ ଗୋଳାଇ ଏକ ଛୋଟ ପାତ୍ରରେ ଷ୍ଟୋର କରି ରଖନ୍ତୁ । ଏବେ ଲିପବାମ୍ ପ୍ରସ୍ତୁତ ହୋଇଗଲା । ଘରୋଇ ଉପାୟରେ ଲିପବାମ୍ ପ୍ରସ୍ତୁତ କରି ବ୍ୟବହାର କରିବା ଦ୍ବାରା ଓଠ ସୁନ୍ଦର ଓ ମୁଲାୟମ ହୋଇଥାଏ । ଏହା ସହ ହାନିକାରକ କେମିକାଲରୁ ଦୂରରେ ରହିଥାଏ ।

Leave A Reply