ବଜ୍ରାଘାତରେ ୨ ମୃତ, ଅନେକ ଆହତ

0

କେନ୍ଦ୍ରପଡା/ପୁରୀ: ଦୁଇଟି ପୃଥକ ସ୍ଥାନରେ ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । କେନ୍ଦ୍ରପଡାରେ ଡଙ୍ଗାରେ ଯାଉଥିବା ବେଳେ ବଜ୍ରାଘାତରେ ମା ଓ ଝିଅର ମୃତ୍ୟୁ ଘଟିଛି । ନଦୀକୁ ମାଛ ଧରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଉକ୍ତ ଡଙ୍ଗାରେ ନାତି ଓ ଅନ୍ୟ ସମ୍ପକୀୟମାନେ ଉପସ୍ଥିତ ଥିବା ବେଳେ ସେମାନେ ଆହତ ହୋଇଛନ୍ତି ।

ସେହିପରି ପୁରୀ ଜିଲା କାକଟପୁର ବ୍ଳକ ବିଭୂତି ଗାଁରେ ବଜ୍ରାଘାତରେ ବାପା, ମା ଓ ଝିଅ ୩ ଜଣ ଆହତ ହାଇଛନ୍ତି । ସେମାନେ କାକଟପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି ।  ବଜ୍ରାଘାତରେ ଝିଅ ମୁହଁ ସାମାନ୍ୟ ଜଳି ଯାଇଥିବା ଜଣାପଡିଛି ।

Leave A Reply