ରାମପାଲ୍‍ଙ୍କୁ ଆଜୀବନ କାରାଦଣ୍ଡ

0

ନୂଆଦିଲ୍ଲୀ: ହତ୍ୟା ମାମଲାରେ ଆତ୍ମଘୋଷିତ ଭଗବାନ ରାମପାଲଙ୍କ ସମେତ ୧୫ ଜଣଙ୍କୁ ଆଜୀବନ ଜେଲ୍‍ ଦଣ୍ଡାଦେଶ ହୋଇଛି। ୨୦୧୪ରେ ରାମପାଲ୍‍ ୪ ଜଣ ମହିଳା ଓ ଜଣେ ଶିଶୁଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଥିଲା। ଏହି ମାମଲାରେ ରାମପାଲ୍‍ ଓ ତାଙ୍କ ସହଯୋଗୀଙ୍କୁ ଚଣ୍ଡିଗଡ଼ କୋର୍ଟ ଗତ ୧୧ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ମଙ୍ଗଳବାର ଆଜୀବନ ଜେଲ ଦଣ୍ଡାଦେଶ ସହିତ ୨.୦୫ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଅନ୍ୟ ଏକ ହତ୍ୟା ମାମଲାରେ ବୁଧବାର ରାୟ ପ୍ରକାଶ ପାଇବାର ଅଛି।
ହତ୍ୟା ଅଭିଯୋଗ ଆସିବା ପରେ ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ରାମପାଲ୍‍ କୋର୍ଟରେ ହଜାର ନ ହେବାରୁ ତାଙ୍କୁ ଗିରଫ କରିବା ପାଇଁ ପଞ୍ଜାବ ହରିଆନା ହାଇକୋର୍ଟ ୨୦୧୪, ନଭେମ୍ବର ମାସରେ ପୁଲିସକୁ ନିର୍ଦେଶ ଦେଇଥିଲେ। ଗିରଫ ପାଇଁ ହିସାର ଜିଲାର ବାରୱାଲା ସ୍ଥିତ ରାମପାଲ୍‍ଙ୍କ ସତଲୋକ ଆଶ୍ରମରେ ପୁଲିସ ପହଞ୍ଚିବା ପରେ ରାମପାଲ୍‍ଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଭିଆଇଥିଲେ। ଏହାର ଦୁଇ ସପ୍ତାହ ପରେ ୨୦୧୪ ନଭେମ୍ବର ୧୯ ତାରିଖରେ ରାମପାଲଙ୍କୁ ଗିରଫ କରି ଆଶ୍ରମରୁ ୨୦ ହଜାର ଅନ୍ତେବାସୀଙ୍କୁ ଉଦ୍ଧାର କରିଥିଲା।

Leave A Reply