‘ଲକ୍ଷ୍ମୀନାମା : ଧର୍ମ-ଅର୍ଥ-ମୋକ୍ଷର ମହାଗାଥା’

0

‘ଲକ୍ଷ୍ମୀନାମା : ଧର୍ମ-ଅର୍ଥ-ମୋକ୍ଷର ମହାଗାଥା’କୁ ପଢ଼ିବା ସମୟରେ ଆମେ ଭାରତୀୟ ଅର୍ଥବ୍ୟବସ୍ଥାର ସେହି ଗୌରବଶାଳୀ ଅତୀତ ବିଷୟରେ ଜାଣିବାକୁ ପାଇଥାଉ ଯାହା ଧର୍ମର ଛାୟାରେ ନୈତିକ ମୂଲ୍ୟରେ ପରିପୂର୍ଣ୍ଣ ଜଗତୀକରଣ ଚିନ୍ତାଧାରା ତଥା ଅର୍ଥବ୍ୟବସ୍ଥାର ଆଧାର ଥିଲା। ପ୍ରକୃତ ଅର୍ଥରେ ଦେଖିବାକୁ ଗଲେ ଏହି ପୁସ୍ତକ ଏକ କ୍ରମ ବିକଶିତ ଇତିହାସ ତ ନୁହେଁ, ବରଂ ପ୍ରାଚୀନ ଭାରତୀୟ ସମାଜର ଜୀବନ ଶକ୍ତିର ହେଉଛି ଜୀବନ୍ତ ଦସ୍ତାବେଜ। ସାମାଜିକ ଜୀବନରେ ସମୃଦ୍ଧିର ପ୍ରତିଷ୍ଠା, ଧର୍ମ ଏବଂ ବ୍ୟାପାର ଅନ୍ତସମ୍ବନ୍ଧ, ରାଜଧର୍ମ ଏବଂ ବ୍ୟାପାର ସମ୍ବନ୍ଧ ସହିତ ପୁସ୍ତକରୁ ଜାଣିବାକୁ ମିଳୁଛି କିପରି ପ୍ରଚୀନ ଭାରତର ଆର୍ଥିକ ଜୀବନରେ ଦାନ, ତ୍ୟାଗ ଏବଂ କରୁଣାର ବଶିଷ୍ଟ ଭୂମିକା ଥିଲା। କିପରି ଧର୍ମ ବ୍ୟବସାୟକୁ ସଂରକ୍ଷଣ ଦେଉଥିଲା ଆଉ ଧର୍ମର ପ୍ରଚାର ପ୍ରସାରରେ ବ୍ୟବସାୟ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲା। ଏହି ପୁସ୍ତକରେ ଭାରତୀୟ ଜୀବନ ଦର୍ଶନର ସେହି ଉର୍ଜା ବିଷୟରେ ଉଲ୍ଲେଖ ଅଛି, ଯାହା ଭାରତୀୟ ଉଦ୍ୟେମଶୀଳତାକୁ ଜଗତୀକରଣ ରୂପର ମନ୍ତ୍ର ସର୍ବପ୍ରଥମେ ଦେଇଥିଲା। ଯାହା ଫଳରେ ଭାରତୀୟ ବ୍ୟବସାୟ ପୂର୍ବ ଏବଂ ମଧ୍ୟ ଏସିଆରେ ନିଜର ଆସ୍ଥାନ ସୁଦୃଢ କରି ପାରିଲା।
ଆର୍ଥିକ ଜଗତ ବିଷୟରେ ଗଭୀର ଜ୍ଞାନ ରଖୁଥିବା ଚର୍ଚ୍ଚିତ ସ୍ତମ୍ଭକାର ଏବଂ ଏକ ପ୍ରତିଷ୍ଠିତ ପତ୍ରିକାର ସଂପାଦକ ଅଂଶୁମାନ ତିୱାରୀ ତଥା ବିଗତ ଦନର ଐତିହାସିକ କାହାଣୀ ଖୋଜିବାରେ ଯାତ୍ରାରେ ଋଚି ରଖୁଥିବା ଅନିନ୍ଦ୍ୟ ସେନଗୁପ୍ତଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଲକ୍ଷ୍ମୀନାମା’ ବ୍ୟାପକ ଅଧ୍ୟୟନ ଏବଂ ଗବେଷଣାତ୍ମକ ବିଶ୍ଳେଷଣରେ ସମୃଦ୍ଧ ହୋଇଛି। ଏହି ପୁସ୍ତକ ଇତିହାସର ବିଶିଷ୍ଟ କାଳଖଣ୍ଡରେ ଧାର୍ମିକ ଚେତନାର ଛାୟାରେ ବ୍ୟବସାୟିକ ସଫଳତାକୁ ହିଁ ବିବେଚନା କରେ ନାହିଁ, ବରଂ ଏକବିଂଶ ଶତାବ୍ଦୀର ଅର୍ଥବ୍ୟବସ୍ଥାର ଗୁଣ-ସୂତ୍ରର ମଧ୍ୟ ଅନୁଧ୍ୟାନ କରୁଛି।
ଏପରି ମଧ୍ୟ ନୁହେଁ ଯେ ଏହି ପୁସ୍ତକ ସ୍ୱଦେଶୀ ଭାରତୀୟ ସଂସ୍କୃତି ଏବଂ ସେହି ପରିବେଶରେ ବିକଶିତ ଧାର୍ମିକ ବିଶ୍ୱାସ ଓ ଆର୍ଥିକ ସଂପର୍କକୁ ମଧ୍ୟ ଅନୁଧ୍ୟାନ କରିଛି। ଲେଖକ ଦ୍ୱୟ ଆମକୁ ବିଶ୍ୱର ସେହି ପ୍ରତ୍ୟେକ କୋଣକୁ ନେଇଯାଉଛନ୍ତି, ଯେଉଁଠାରେ ମାନବ ସଭ୍ୟତା, ସଂସ୍କୃତି, ଲୋକତନ୍ତ୍ର ଏବଂ ଅର୍ଥବ୍ୟବସ୍ଥାର ଉତଥାନରେ ଅଭିନବ ଦିଗ ରହିଛି। ସଂମ୍ପୂର୍ଣ୍ଣତାର ସହିତ ବିକଶିତ ସଭ୍ୟ ସମାଜ, ପ୍ରଥମେ ନଗର ସଭ୍ୟତାର ପ୍ରୟାସ, ବ୍ୟବସାୟ ଆରମ୍ଭର କାହାଣୀ ଏବଂ ଭୌଗଳିକ ଓ ସାମୁଦ୍ରିକ ସୀମା ବ୍ୟତୀତ ସାହସର ସହିତ ପ୍ରୟାସ ହୋଇଥିବା ସମସ୍ତ ରୋମାଞ୍ଚକର ଗାଥାଗୁଡିକ ପୁସ୍ତକରେ ସମାବେଶ ହୋଇଛି।

’ଲକ୍ଷ୍ମୀନାମା’ର ଉନ୍ମୋଚନ ଉତ୍ସବରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ’ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ, ଲୋକସେବକ ମଣ୍ଡଳର ସଭାପତି ଓ ’ସମାଜ’ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟ ଏବଂ ଲକ୍ଷ୍ମୀନାମାର ଲେଖକ ତଥା ’ଇଣ୍ଡିଆ ଟୁଡେ’(ହିନ୍ଦୀ)ର ସଂପାଦକ ଅଂଶୁମାନ ତିୱାରୀ

ପୁସ୍ତକ ଏହି ନିଷ୍କର୍ଷ ଦେଇଛି କି ଭାରତୀୟ ସଭ୍ୟତାରେ ଧର୍ମ ଏବଂ ବ୍ୟବସାୟର ସମନ୍ୱୟର ବିଶିଷ୍ଟ କ୍ଷମତା ରହିଛି ଏବଂ ଏହା ହେଉଛି ମହତ୍ୱପୂର୍ଣ୍ଣ କି ଏହାର ଚରିତ୍ର ନୈତିକ ମୂଲ୍ୟବୋଧ ଏବଂ ଲୋକ କଲ୍ୟାଣର ଭାବନା ସହିତ ଓତପ୍ରୋତଃ ଭାବେ ଜଡିତ ରହିଛି। ସେହି ସମୟ ଜଗତୀକରଣର ବର୍ତ୍ତମାନ ଅବଧାରଣାର ପର୍ଯ୍ୟାପ୍ତ ତ ଥିଲା, କିନ୍ତୁ ତାହାର ସ୍ୱରୂପ ବର୍ତ୍ତମାନର ଜଗତୀକରଣ ଭଳି କ୍ରୁର ଏବଂ ସାମ୍ରାଜ୍ୟବାଦୀ ନ ଥିଲା। ଲେଖକ ଦ୍ୱୟ ସେହି ବିଶିଷ୍ଟ ପରିସ୍ଥିତିଗୁଡିକର ମଧ୍ୟ ବର୍ଣ୍ଣନା କରିଛନ୍ତି, ଯେଉଁଥିରେ ବୈଦିକ ଧର୍ମ, ବୌଦ୍ଧ ଧର୍ମ, ତଥା ଜୈନ ଧର୍ମ ବ୍ୟବସାୟକୁ ଗତି ଦେଇଥିଲା ଏବଂ ବ୍ୟବସାୟୀମାନେ ଏହି ଧର୍ମକୁ ଭାରତୀୟ ସୀମାରୁ ସଂପ୍ରସାରିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ତୁଳାଇଥିଲେ। ପୁସ୍ତକ ପ୍ରାଚୀନ ଭାରତୀୟ ଏବଂ ମୋଗଲଶାସନ ଇତିହାସର ସେହି ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ ଦେଇଛି, ଯେତେବେଳେ ସମାଜରେ ପ୍ରତିଷ୍ଠିତ ବ୍ୟବସାୟୀମାନେ ଶାସନ ଚଳାଇବା, ସୈନ୍ୟ ବାହିନୀ ପ୍ରତିଷ୍ଠା କରିବା ତଥା ରାଜ୍ୟର କ୍ଷମତା ବଜାୟ ରଖିବା ଦିଗରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ।
ଲେଖକ ଦ୍ୱୟ ସ୍ୱୀକାର କରିଛନ୍ତି ଯେ, ଭାରତରେ ଧର୍ମ କର୍ମକାଣ୍ଡ ବ୍ୟତୀତ ଏକ ସାମାଜିକ ସଂସ୍ଥା ଭାବେ ବିକଶିତ ହୋଇଥିଲା, ଯାହାର ଲକ୍ଷ୍ୟ ଥିଲା ପ୍ରତ୍ୟେକ ଧାର୍ମିକ ବିଶ୍ୱାସ ଲୋକଙ୍କର ସର୍ବାଙ୍ଗୀନ ବିକାଶ। ଯାହା କାଳାନ୍ତରରେ ଭାରତୀୟ ସମାଜରେ ମୁକ୍ତ ବ୍ୟାପାରର ଅବଧାରଣାକୁ ପ୍ରଶ୍ରୟ ଦେଇଥିଲା। ଲୋକତାନ୍ତ୍ରିକ ଦୃଷ୍ଟିକୋଣ ଉପରେ ଆଧାରିତ ଧର୍ମ ଉଦାରବାଦୀ, ସମୃଦ୍ଧ, ବୌଦ୍ଧିକ ଚିନ୍ତନରେ ପରିପୂର୍ଣ୍ଣ ତଥା ଆର୍ôଥକ ବ୍ୟବହାରକୁ ପରିପୋଷଣ କରିଥିଲା। ଭାରତରେ ଧର୍ମ ତଥା ଅର୍ଥର ଆଦର୍ଶ ସମନ୍ୱୟର ବ୍ୟାଖ୍ୟା କରି ପୁସ୍ତକ ଇତିହାସର ଏଭଳି କାଳଖଣ୍ଡ ସହିତ ଆମର ପରିଚୟ କରାଉଛି, ଯାହାର ଉଲ୍ଲେଖ ଆମର ସାଧାରଣ ଇତିହାସ ପୃଷ୍ଠାରେ ମିଳେ ନାହିଁ। ଏଥିରେ ସମସ୍ତ ଜୀବନର ଧନୀ ଉଦ୍ୟମୀ ନାୟକଙ୍କ ବଷୟରେ ଉଲ୍ଲେଖ ଅଛି, ଯେଉଁମାନେ ରାଜନୈତିକ କ୍ଷମତାକୁ ଗଣତାନ୍ତ୍ରିକ ସମାଜ ସ୍ଥାପନ କରିବା ଦିଗରେ ପ୍ରେରଣା ଯୋଗାଇଥିଲା। ପୁସ୍ତକରେ ପ୍ରାଚୀନ ସମାଜରେ ଆର୍ଥିକ ବ୍ୟବହାରକୁ ସମୃଦ୍ଧ କରିବା ଭଳି ଧାର୍ମିକ ନାୟକଙ୍କଠାରୁ ନେଇ ସେହି ଆଧୁନିକ ଧର୍ମଗୁରୁମାନଙ୍କ ବିଷୟରେ ଉଲ୍ଲେଖ ରହିଛି, ଯେଉଁମାନେ ସଂକୀର୍ଣ୍ଣ ଲକ୍ଷ୍ୟ ପାଇଁ ଅମାପ ଧନ-ସଂପଦ ଏକାଠି କରିଛନ୍ତି। କୁହାଯାଇପାରେ ଯେ ଲକ୍ଷ୍ମୀନାମା ଭାରତୀୟ ସାମଜିକ ଏବଂ ଆର୍ଥିକ ଉର୍ଜାର ହେଉଛି ଏକ ଦର୍ପଣ, ଯାହା ଆସ୍ଥା ଏବଂ ଉଦ୍ୟମଶୀଳତାର ଶକ୍ତିକୁ ଦର୍ଶାଉଛି।

– ପୁସ୍ତକ : ଲକ୍ଷ୍ମୀନାମା ଧର୍ମ-ଅର୍ଥ-ମୋକ୍ଷର ମହାଗାଥା
– ଲେଖକ : ଅଂଶୁମାନ ତିୱାରୀ, ଅନିନ୍ଦ୍ୟ ସେନଗୁପ୍ତ
– ପ୍ରକାଶକ : ବ୍ଲୁମସ୍‍ବୂରୀ ଇଣ୍ଡିଆ, ବସନ୍ତ କୁଞ୍ଜ, ଦିଲ୍ଲୀ,
– ପୃଷ୍ଠା ସଂଖ୍ୟା: ୪୯୧, ମୂଲ୍ୟ : ୬୯୯ଟଙ୍କା
Leave A Reply