ଖରାଦିନିଆ ପାନୀୟ : ବାଦାମ-ପେସ୍ତା ଲସ୍ସି

0

ଖରାରେ ଥଣ୍ଡା ପାନୀୟ ପିଇବାକୁ ଖୁବ୍ ଇଚ୍ଛା ହୋଇଥାଏ। ଏଣୁ ବଜାରର ମୃଦୁପାନୀୟ ପରିବର୍ତ୍ତେ ଘରେ ସହଜରେ ବିଭିନ୍ନ ପକ୍ରାର ଲସ୍ସି ପ୍ରସ୍ତୁତ କରିପାରିବେ। ବାଦାମ-ପେସ୍ତା ଲସ୍ସି ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥିବା ବେଳେ ଏହାର ପ୍ରସ୍ତୁତି ପ୍ରଣାଳୀ ଖୁବ୍ ସହଜ ।

ଆବଶ୍ୟକ ସାମଗ୍ରୀ: ଦେଢ଼ କପ୍ ଦହି, ୧କପ୍ ଥଣ୍ଡା ଖିର, ଅଧ କପ୍ ଗୁଣ୍ଡ ଚିନି, ୨ ବଡ଼ ଚାମଚ କଟା ପିସ୍ତା, ୨ ବଡ଼ ଚାମଚ କଟା ପେସ୍ତାବାଦାମ, ଅଧ ଚାମଚ ଗୁଜୁରାତି ଗୁଣ୍ଡ, ୧ଛୋଟ ଚାମଚ ଗୋଲାପ ଜଳ, କେଶର ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଟା ପିସ୍ତା, ବାଦାମକୁ ଗ୍ରାଇଣ୍ଡରରେ ଗୁଣ୍ଡ କରିବେ। ଏବେ ସେଥିରେ ସମସ୍ତ ସାମଗ୍ରୀ ମିଶାଇ ୨ ମିନିଟ୍ ଗ୍ରାଇଣ୍ଡିଂ କରିବେ। ଗିଲାସରେ ଏହି ପାନୀୟକୁ ଢ଼ାଳି ସମସ୍ତଙ୍କୁ ପିଇବାକୁ ଦିଅନ୍ତୁ। ଏହା ପେଟ ଥଣ୍ଡା ରଖିବା ସହ ଦେହ ପାଇଁ ମଧ୍ୟ ହିତକର।

Leave A Reply