ଲସ୍କର ଧମକ: ସତର୍କତା ଜାରି କଲା ୟୁପି ପୁଲିସ

0

ଲକ୍ଷ୍ନୌ : ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଧମକକୁ ନେଇ ଉତ୍ତରପ୍ରଦେଶ ପୁଲିସ ରାଜ୍ୟବ୍ୟାପୀ ସତର୍କତା ଜାରି କରିଛି। ସତର୍କ ସୂଚନାରେ ରାଜ୍ୟର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଲସ୍କର କମାଣ୍ଡର ମୌଲାନା ଅମ୍ବୁ ଶେଖର ପଠାଇଥିବା ଚିଠିରେ ଉତ୍ତରପ୍ରଦେଶର ଶାହାରଣପୁର ଓ ହାପୁର ରେଳଷ୍ଟେସନ ଉଡାଇଦେବାକୁ ଧମକ ଦିଆଯାଇଛି। ସେହିପରି ମଥୁରାସ୍ଥିତ କୃଷ୍ଣ ଜନ୍ମଭୂମି ଓ ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ଧ୍ୱଂସ କରିଦେବାକୁ ଧମକ ଦିଆଯାଇଛି। ଜୁନ୍‍ ୮ରୁ ୧୦ ମଧ୍ୟରେ ଏହିସବୁ ମନ୍ଦିରରେ ବିସ୍ଫୋରଣ କରାଯିବ ବୋଲି କୁହାଯାଇଛି। ମେ ୨୯ରେ ଦିଲ୍ଲୀସ୍ଥିତ ନର୍ଦଣ୍ଣ ରେଲୱେର ଡିଆରଏମ୍‍ ଏହି ଧମକପୂର୍ଣ୍ଣ ଚିଠିକୁ ଗ୍ରହଣ କରିଥିଲେ।

Leave A Reply