ବିଶ୍ୱ ଜୁନିୟର ବ୍ୟାଡମିଣ୍ଟନ : ଲକ୍ଷ୍ୟ ସେନଙ୍କୁ ବ୍ରୋଞ୍ଜ

0

ମାର୍ଖାମ(କାନାଡା) : ଭାରତର ଲକ୍ଷ୍ୟ ସେନ୍‍ ଏଠାରେ ଚାଲିଥିବା ବିଶ୍ୱ ଜୁନିୟର ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ରେ ବ୍ରୋଞ୍ଜପଦକ ହାସଲ କରିଛନ୍ତି। ଶନିବାର ଖେଳାଯାଇଥିବା ବାଳକ ସିଙ୍ଗଲ୍‍ସ ସେମିଫାଇନାଲରେ ଟପ୍‍ ସିଡ୍‍ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡର କୁନ୍‍ଲାଭୁତ୍‍ ଭିତିଦସର୍ଣ୍ଣ ୨୦-୨୨, ୨୧-୧୬, ୨୧-୧୩ ଗେମରେ ଲକ୍ଷ୍ୟଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୧ ଘଣ୍ଟା ୧୧ ମିନିଟ ଧରି ଚାଲିଥିଲା। ବିଶ୍ୱର ୩ ନମ୍ବର ଜୁନିୟର ଖେଳାଳି ଲକ୍ଷ୍ୟ ଚଳିତବର୍ଷ ଏସୀୟ ଜୁନିୟର ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସ୍ୱର୍ଣ୍ଣପଦକ ଜିତିଥିଲେ। ଏପର୍ଯ୍ୟନ୍ତ ସାଇନା ନେହୱାଲ ଏକମାତ୍ର ଭାରତୀୟ ଖେଳାଳିଭାବେ ବିଶ୍ୱ ଜୁନିୟର ଚମ୍ପିଆନସିପ୍‍ରେ ସ୍ୱର୍ଣ୍ଣପଦକ ଜିତିପାରିଛନ୍ତି।

Leave A Reply