ଲଜ୍ୟା: ସାହାଯ୍ୟ ମାଗୁଥିବା ମହିଳାଙ୍କୁ ଗଣ ଦୁଷ୍କର୍ମ,

0

ଅନୁଗୁଳ/କଟକ:   ସମ୍ବଲପୁରରୁ କଟକ ଆସୁଥିବା ବେଳେ  ଅନୁଗୁଳର ପୁରୁଣାପାଣିରେ  ନିଖୋଜ ହୋଇଯାଇଥିବା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅନୁଗୁଳ ଏସ୍‌ପି ସୂଚନା ଦେଇଛନ୍ତି । ମହିଳାଙ୍କୁ ପୁରୁଣାପାଣି ଜଙ୍ଗଲରେ ୬ ଜଣ ଗଣବଳାତ୍କାର କରିଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ନାବଳକ ରହିଛି । ୨ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।

ସୂଚନା ଯୋଗ୍ୟ, ମହିଳାଜଣଙ୍କ ସ୍ୱାମୀଙ୍କ ସହ ସମ୍ବଲପୁରରୁ କଟକ ଏକ କାରରେ ଆସୁଥିଲେ । ସ୍ୱାମୀ କାର ଚଳାଉଥିଲା । ୬ ବର୍ଷ ଝିଅ କାରର ଆଗ ସିଟ୍‌ରେ ବସିଥିଲା । ରାତିରେ ଆସୁଥିବା ବେଳେ ମହିଳା ଜଣଙ୍କ ପରିଶ୍ରାପାଇଁ ଅନୁଗୁଳ ପୁରୁଣାପାଣିରେ ଓହ୍ଲାଇଥିଲେ । ସେ ପାଣି ପାଇଁ କାର୍‌ ଡୋର୍‌ ବାଡେଇ ଦେବାରୁ ସ୍ୱାମୀ ଭୁଲରେ ସେ କାରରେ ଅଛନ୍ତି ଭାବି ଆଗକୁ କାର ନେଇ ପଳାଇ ଆସିଥିଲେ । ପ୍ରାୟ ଅଧଘଣ୍ଟା ପରେ ସ୍ତ୍ରୀ କାରରେ ନଥିବା କଥା ସେ ଜାଣିବାକୁ ପାଇଥିଲେ । ପଛକୁ ଫେରି ସେ ଖୋଜା ଖୋଜି କରିବା ପରେ ସ୍ତ୍ରୀଙ୍କୁ ପାଇ ନ ଥିଲେ । ଏହାପରେ ସେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ୪ ଜଣଙ୍କୁ ଆଣି ଅଟକ ରଖିଥିଲା । ପରେ ମହିଳା ଜଣଙ୍କୁ ଜଗତସିଂହପୁରରେ ଠାବ କରାଯାଇଥିଲା ।

Leave A Reply