କୁନ୍ଦୁଲି ଗଣଦୁଷ୍କର୍ମ ପ୍ରସଙ୍ଗ : ପ୍ରଥମ ମାମଲା ପ୍ରତ୍ୟାହୃତ

0

କଟକ : କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ସର୍ବ ପ୍ରଥମେ ରୁଜୁ ହୋଇଥିବା ମାମଲା ହାଇକୋର୍ଟରୁ ପ୍ରତ୍ୟାହାର କରାଯାଇଛି। କୁନ୍ଦୁଲି ପ୍ରସଙ୍ଗକୁ ନେଇ ପ୍ରଥମେ ଆଇନଜୀବୀ ଗୌତମ ସିଦ୍ଦିକୀ ଘଟଣାର ତଦନ୍ତ ପାଇଁ ସିବିଆଇ କିମ୍ବା ଏନଆଇଏକୁ ପକ୍ଷଭୁକ୍ତ କରି ମାମଲା ରୁଜୁ କରିଥିଲେ। ଏହି ମାମଲାର ଏବେ ଶୁଣାଣି ଚାଲିଥିବାବେଳେ ଆବେଦନକାରୀ ଆଇନଜୀବୀ ସିଦ୍ଦିକୀ ମାମଲା ପ୍ରତ୍ୟାହୃତ କରିଛନ୍ତି। ଏହି ପ୍ରସଙ୍ଗରେ ଯେହେତୁ ତାଙ୍କ ପରିବାର ଲୋକେ ନ୍ୟାୟାଳୟ ଆସିଛନ୍ତି, ସେ କ୍ଷେତ୍ରରେ ମାମଲା ଚଳାଇବାର ଆବଶ୍ୟକତା ନାହିଁ ବୋଲି ଦର୍ଶାଇ ସେ ମାମଲାକୁ ପ୍ରତ୍ୟାହାର କରିଥିବା ଏକ ବିଜ୍ଞପ୍ତିରେ କହିଛନ୍ତି।

Leave A Reply