‘ପ୍ରିନ୍ସ ଡ଼୍ୟାନ୍ସ୍‍ ଗ୍ରୁପ୍‍’ ର ସଂଘର୍ଷକୁ ନେଇ ଓଡ଼ିଆ ଚଳଚ୍ଚିତ୍ର

0

ଭୁବନେଶ୍ୱର : ମୁକ୍ତିଲାଭ କରିବାକୁ ଯାଉଥିବା ଓଡ଼ିଆ ଚଳଚ୍ଚିତ୍ର ‘କ୍ରିଷ୍ଣା’ ର ଅଡିଓ ରିଲିଜ୍ ହୋଇଛି। ଦିନ ମଜୁରିଆରୁ ଦେଶର ସର୍ବୋତ୍ତମ ନୃତ୍ୟଶିଳ୍ପୀ ପାଲଟିଥିବା ପ୍ରିନ୍ସ୍ ଡ୍ୟାନ୍ସ୍ ଗ୍ରୁପ୍ର ମୁଖ୍ୟ କ୍ରିଷ୍ଣାଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ‘କ୍ରିଷ୍ଣା, ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର’ ନିର୍ମାଣ କରାଯାଇଛି।
ଏଥିରେ ଅଭିନେତ୍ରୀ ସୁରମୟୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ପୂର୍ବରୁ ଓଲିଉଡ୍ରେ ନିଜର ଯାଦୁ ଦେଖାଇ ସାରିଥିବା ସୁରମୟୀଙ୍କର ଏହା ହେଉଛି ତୃତୀୟ ଚଳଚ୍ଚିତ୍ର। ଏଥିରେ ତାଙ୍କର ବଳିଷ୍ଠ ଅଭିନୟ ସାଙ୍ଗକୁ ଦମ୍‍ଦାର୍‍ ନୃତ୍ୟ ମଧ୍ୟ ରହିଛି।
ଚଳଚ୍ଚିତ୍ରରେ ୬ଟି ଗୀତ ରହିଛି। ଅନନ୍ୟା ଓ ଅର୍ପିତାଙ୍କ ଭଳି ଲୋକପ୍ରିୟ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି। ଏହାର ପ୍ରଯୋଜନା ଭାର ବହନ କରିଛନ୍ତି ପ୍ରିନ୍ସ୍ ଡ୍ୟାନ୍ସ ଗ୍ରୁପ୍ର ମୁଖ୍ୟ କ୍ରିଷ୍ଣା।

Leave A Reply