କୋରାପୁଟରେ ଦୁଇ ଦିନିଆ ଅର୍ଥନୈତିକ ଅବରୋଧ

0

କୋରାପୁଟ : କୋରାପୁଟ ଜିଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୁଇ ଦିନିଆ ଅର୍ଥନୈତିକ ଅବରୋଧ କରାଯାଇଛି। କୋରାପୁଟ ଜିଲା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହା କରାଯାଇଛି। କ୍ରିୟାନୁଷ୍ଠାନ କମିଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କାର୍ଯ୍ୟାଳୟ ବନ୍ଦ କରି ଦେଇଛନ୍ତି। ତେବେ ସହରର ସମସ୍ତ ଦୋକାନ ବଜାର ଖୋଲା ରହିବା ସହ ଗାଡି ଚଳାଚଳ ସ୍ବାଭାବିକ ରହିଛି। ୩ମାସ ଧରି କୋରାପୁଟ ଜିଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆନ୍ଦୋଳନ ଚାଲିଛି।

Leave A Reply