କ୍ୟାଚ ଧରିବାବେଳେ ବିରାଟ ଆହତ, କାଉଣ୍ଟି କ୍ରିକେଟ ଖେଳିବେନି

0

ବେଙ୍ଗାଲୁର:  ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁର ପାଇଁ ଖେଳୁଥିବା ସମୟରେ  ଏହାର ଅଧିନାୟକ ବିରାଟ କୋହଲି ଏକ କ୍ୟାଚ ଧରିବା ପାଇଁ ପଡିଯିବାରୁ ତାଙ୍କ ବେକରେ ଆଘାତ ଲାଗିଛି । ସେ ହାଇଦ୍ରାବାଦ ବିପକ୍ଷରେ ଖେଳୁଥିବା ବେଳେ ଆହତ ହୋଇଥିଲେ । ବର୍ତ୍ତମାନ ତାଙ୍କୁ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।  ଏହିପରେ ସେ  ଜୁନ ୧୫ ତାରିଖରେ ବେଙ୍ଗାଲୁରେର ଏକ ଫିଟ୍‌ନେସ୍‌ ପରୀକ୍ଷା ଦେବେ ।

ଗୁରୁବାରରେ ଆରମ୍ଭ ହେଉଥିବା ଇଂଲିଶ୍‌ ଚାମ୍ପିୟନ ସିପ୍‌ରେ  ବିରାଟ ଅଂଶ ଗ୍ରହଣ କରି ପାରିବେ ନାହିଁ । ଏହି ଆଘାତରୁ ସମ୍ପୂର୍ଣ୍ଣ ହେବା ପାଇଁ କୋହଲିଙ୍କୁ ୩ ସପ୍ତାହ ଲାଗିବା ବୋଲି ବିସିସିଆଇ ସୂଚନା ଦେଇଛନ୍ତି ।  ଆଗକୁ  ଭାରତ , ଇଂଲଣ୍ଡ ଓ ଆୟରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବାର ଅଛି । ଇଂଲିଶ କାଉଣ୍ଟି ଖେଳିବା ପାଇଁ କୋହଲି ଆସନ୍ତା ମାସରେ ଭାରତ ଓ ଆଫଗାନୀସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟେଷ୍ଟ ମ୍ୟାଚ ଖେଳିବେ ନାହିଁ ବୋଲି ଆଗୁଆ ସୂଚନା ଦେଇଥିଲେ । କୋହଲିଙ୍କ ଆଘାତ ବେଶି ଗୁରୁତର ନୁହେଁ ଏବଂ ସେ ଠିକ୍  ହୋଇଯିବେ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply