କିଡନୀରୁ ବାହାରିଲା ୨୮୦୦ଖଣ୍ଡ ପଥର

0

ଲକ୍ଷ୍ନୌ : ଗୋଟିଏ ନୁହେଁ କି ଦୁଇଟି। ଏକାଥରେ ୨୮୦୦ ପଥର ବାହାରିଛି ଜଣେ ବ୍ୟକ୍ତିଙ୍କ କିଡ଼ନୀରୁ। ଲୋହିୟା ସଂସ୍ଥାନର ଡାକ୍ତରମାନେ ଅସ୍ତ୍ରୋପଚାର କରି ସମସ୍ତ ପଥର ବାହାର କରିବାରେ ସଫଳ ହୋଇଛନ୍ତି।
ସୂଚନା ଅନୁସାରେ ଇନ୍ଦୋରର ସାହବାଦ ନିବାସୀ ରାମପ୍ରକାଶ (୪୮) କିଛି ଦିନ ହେବ ପେଟର ଯନ୍ତ୍ରଣା ଅନୁଭବ କରୁଥିଲେ। ବହୁ ସ୍ଥାନରେ ପରୀକ୍ଷା ନିରୀକ୍ଷା କରି ବିଫଳ ହେବା ପରେ ରାମପ୍ରକାଶ ଲୋହିୟା ସଂସ୍ଥାନକୁ ଯାଇଥିଲେ। ସଂସ୍ଥାନର ମୂତ୍ର ବିଭାଗର ଡାକ୍ତର ଇଶ୍ୱର ରାମ ଘୟାଲ ତୁରନ୍ତ ସିଟି-ଏମଆରଆଇ (ସିଟି ସ୍କାନ) କରିବା ପାଇଁ ପରାମର୍ଶ ଦେଇଥିଲେ। ପରୀକ୍ଷା ପରେ ତାଙ୍କ ଡାହାଣ ପଟ କିଡନୀରେ ପଥର(ଷ୍ଟୋନ) ଥିବା ଜଣାପଡିଥିଲା। ଅସ୍ତ୍ରୋପଚାର କଲାପରେ ତାଙ୍କ କିଡନୀରୁ ୨୮୦୦ପଥର ବାହାରିଥିଲା।

Leave A Reply