ମୋରମ ଚୋରି କରୁଥିବା ଜେସିବି ଜବତ

0

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ବଡଫେଣୀ ଗ୍ରାମ ପଞ୍ଚାୟତରୁ ମୋରମ ଚୋରି କରାଯାଉଥିବା ବେଳେ ରାଜସ୍ୱ ବିଭାଗ ଏକ ଜେସିବି ମେସିନକୁ ଜବତ କରିଛି। ଶୁକ୍ରବାର ବଡଫେଣୀ ପଞ୍ଚାୟତର ବାଲିମୁଣ୍ଡଳି ରାଜସ୍ୱ ଗ୍ରାମରୁ କେତେକ ଠିକାଦାରଙ୍କ ଦ୍ୱାରା ମୋରମ ଚୋରି କରାଯାଉଥିବା ଖୁଣ୍ଟା ତହସିଲଦାର ଖବର ପାଇଥିଲେ। ତହସିଲଦାର ପ୍ରିୟଦର୍ଶିନୀ ମଲିକଙ୍କ ନିର୍ଦେଶରେ ଉକ୍ତ ଜେସିବି ମେସିନକୁ ଜବତ କରାଯାଇଥିଲା। ପରବର୍ତ୍ତି ସମୟରେ ଜେସିବି ମାଲିକଙ୍କ ଠାରୁ ୪୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ଜବତ ସମୟରେ ମୋରମ ସବୁ ରାସ୍ତା କାମ ପାଇଁ ଯାଉଥିବା ରାଜସ୍ୱ କର୍ମଚାରୀଙ୍କୁ କୁହାଯାଇଥିଲା। ହେଲେ ସେ ନେଇ କୌଣସି ସରକାରୀ ଅନୁମତି ପତ୍ର ଦେଖାଇ ପାରିନଥିଲେ। ଅପରପକ୍ଷେ ଉକ୍ତ ସ୍ଥାନରୁ ମୋରମ ଉତ୍ତୋଳନ କରାଇଦେବାକୁ କେତେକ ବ୍ୟକ୍ତି ଠିକାଦାରଙ୍କ ଠାରୁ ଆଖିଦୃଷ୍ଟିଆ ଅର୍ଥ ନେଇଥିବା ଆଲୋଚନା ହେଉଛି।

Leave A Reply