ବଜ୍ରପାତରେ ଜେଜେ ମାଆ ମୃତ, ନାତି ନାତୁଣୀ ଆହତ

0

ଖୁଣ୍ଟା : ଭୁପଡ ଗ୍ରାମରେ ବଜ୍ରପାତ ଯୋଗୁ ଜନୈକା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଦୁଇ ନାତି ନାତୁଣୀ ଆହତ ହୋଇଛନ୍ତି। ମୃତ ମହିଳା ହେଉଛନ୍ତି ଭୁପଡ ଗ୍ରାମର ସନିଆ ହେମ୍ବ୍ରମଙ୍କ ପତ୍ନୀ ସୀତା(୪୫) ଆହତ ଦୁଇ ଜଣ ହେଉଛନ୍ତି ଦେଉଲା(୬) ଓ ରଘୁ(୪)ା ଘଟଣାରୁ ପ୍ରକାଶ ଯେ ଖୁଣ୍ଟା ବ୍ଲକ ବାଙ୍ଗରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୁପଡ ଗ୍ରାମର ସୀତା ଦିନ ପ୍ରାୟ ୨ଟା ବେଳକୁ ଗାଧୋଇ ସାରି ନିଜର ନାତୁଣୀ ଓ ନାତି ସହିତ ଘରକୁ ଫେରୁଥିଲେ। ଫେରିବା ବାଟରେ ସୀତା ଓ ପିଲାମାନେ ବଜ୍ରପାତର ଶିକାର ହୋଇଥିଲେ। ତିନି ଜଣଙ୍କୁ ଡୁକୁରା ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ସୀତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଆହତ ଦେଉଲା ଓ ରଘୁ ଚିକିତ୍ସାଧୀନ ଅଛନ୍ତି। ଏନେଇ ଡୁକୁରା ବିଟ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Leave A Reply