ଗାଜର ଖିରି

0

ଆବଶ୍ୟକ ସାମଗ୍ରୀ:
ଗାଜର- ୨ଟି
ଘିଅ- ୨ ଚାମଚ
କ୍ଷୀର- ଦେଢ଼ କପ୍‌
କାଜୁ- ୫-୬ଟି
କିସମିସ୍‌- ୮-୧୦ଟି
ଚିନି- ୧ଚାମଚ
ଗୁଜୁରାତି ଗୁଣ୍ଡ- ୧ଚାମଚ


ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଗାଜରକୁ ଧୋଇ ଚୋପା ଛଡ଼ାଇ ତାକୁ କୋରି ଦିଅନ୍ତୁ । ତାପରେ କଢ଼ାଇରେ ଘିଅ ପକାଇ ଗରମ କରନ୍ତୁ । ଘିଅ ଗରମ ହୋଇଯିବା ପରେ ସେଥିରେ କାଜୁ,କିସମିସ୍‌ ପକାଇ ଭାଜି ଦିଅନ୍ତୁ । ତାପରେ କାଜୁ,କିସମିସ୍‌କୁ ଅନ୍ୟ ଏକ ପାତ୍ରରେ କାଢ଼ି ଦିଅନ୍ତୁ । ସେହି କଢ଼େଇରେ ଗାଜର ପକାଇ ଅଳ୍ପ ଆଞ୍ଚରେ ୪-୫ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ । କ୍ଷୀର ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ମିଶ୍ରଣରେ ଚିନି ପକାଇ ଅଳ୍ପ ଆଞ୍ଚରେ କିଛି ସମୟ ଗାଢ଼ ହେବା ପର୍ଯ୍ୟନ୍ତ ରଖନ୍ତୁ । ତାପରେ ସେଥିରେ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଗାଜର ଖିରି । ଖିରିକୁ ଥଣ୍ଡା ହେବା ପର୍ଯ୍ୟନ୍ତ ବାହାରେ ରଖି ଦିଅନ୍ତୁ । ତାପରେ ସେଥିରେ କାଜୁ,କିସମିସ୍‌ ପକାଇ ସଜାଇ ଦିଅନ୍ତୁ ।

Leave A Reply