ନିର୍ମାଣ ହେବ କେଜିଏଫର ଦ୍ୱିତୀୟ ଭାଗ ‘କେଜିଏଫ୍‍-୨’

0

ମୁମ୍ବଇ: କନ୍ନଡ଼ ଚଳଚ୍ଚିତ୍ର ‘କେଜିଏଫ(କୋଲାର ଗୋଲ୍ଡ ଫିଲ୍ଡ)- ୧’ର ସଫଳତା ପରେ ଏବେ ଏହାର ଦ୍ୱିତୀୟ ଭାଗ କେଜିଫ୍‍-୨ ନିର୍ମାଣ ହେବ। ଗତକାଲି ଚଳଚ୍ଚିତ୍ରର ମହୁରତ୍‍ ହୋଇଥିଲା। କେଜିଏଫ୍‍-୧ ଭଳି ଏହାର ଦ୍ୱିତୀୟଭାଗରେ ମଧ୍ୟ ସୁପରଷ୍ଟାର ୟଶ୍‍ ଏବଂ ଶ୍ରିନିଧି ସେଟ୍ଟି ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଚଳଚ୍ଚିତ୍ରର ମହୁରତରେ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ୟଶ୍, ଶ୍ରିନିଧି ସେଟ୍ଟୀ, ଅନନ୍ତ ନାଗ ଏବଂ ଅଚ୍ୟୁତ କୁମାର ଉପସ୍ଥିତ ଥିଲେ।

courtesy-the hindu

ଚଳଚ୍ଚିତ୍ରଟିକୁ ଆସନ୍ତାବର୍ଷ ୨୦୨୦ରେ ମୁକ୍ତିଲାଭ କରାଇବାକୁ ନେଇ ଚଳଚ୍ଚିତ୍ର ନିର୍ମାତା ଯୋଜନା କରୁଥିବା ସୂଚନା ମିଳିଛି।
ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଏହାର ପ୍‍ରଥମ ଭାଗକୁ ଦର୍ଶକ ମାନେ ବେଶ୍‍ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ରଟି ହିନ୍ଦୀ ସମେତ ତାମିଲ୍,ତେଲୁଗୁ,ମାଲାୟାଲମ ଭାଷାରେ ମଧ୍ୟ ରିଲିଜ ହୋଇଥିଲା।

Leave A Reply