ସେନା ଯବାନଙ୍କ ପାଇଁ କେଜରିୱାଲ ସରକାରଙ୍କ ବଡ଼ ନିଷ୍ପତ୍ତି

0

ନୂଆଦିଲ୍ଲୀ : ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଦିଲ୍ଲୀ ବାସିନ୍ଦାଙ୍କ ପାଇଁ କେଜରିୱାଲ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କୌଣସି ଦିଲ୍ଲୀ ନିବାସୀ ସେନାରେ କାର୍ଯ୍ୟ କରୁଥିବାବେଳେ ଦେଶ ପାଇଁ ସହିଦ ହେଲେ ତାଙ୍କ ପରିବାରକୁ ଦିଲ୍ଲୀ ସରକାର ୧ କୋଟି ଟଙ୍କା ଅନୁକମ୍ପା ମୂଳକ କ୍ଷତିପୂୂରଣ ରାଶି ପ୍ରଦାନ କରିବେ। ସେହିପରି ଯୁଦ୍ଧରେ ନିଖୋଜ ଯବାନଙ୍କ ପରିବାରବର୍ଗର ଜଣକୁ ତୃତୀୟ କିମ୍ବା ଚତୁର୍ଥ ଶ୍ରେଣୀ ପଦରେ ଚାକିରି ଦିଆଯିବ। ଦିଲ୍ଳୀ ଉପ-ରାଜ୍ୟପାଳ ଏବଂ ମୁଖ୍ୟ ଶାସନ ସଚିବଙ୍କ ସହ ଦିଲ୍ଲୀ ସରକାରଙ୍କ ବିବାଦ ଯୋଗୁଁ ଏହି ଯୋଜନା ବିଳମ୍ବିତ ହେଉଥିଲା। ଏବେ ବିବାଦର ସମାଧାନ ହେବା ପରେ ଏହି ଯୋଜନା କାର୍ଯ୍ୟକାରୀ ହେଲା। ସେହିପରି କୃଷକଙ୍କ ଆୟ ୩ରୁ ୪ ଗୁଣ ବୃଦ୍ଧି କରାଯିବ ବୋଲି ଦିଲ୍ଲୀର ଆପ ସରାକର ଘୋଷଣା କରିଛନ୍ତି।

Leave A Reply