କେଜରିୱାଲଙ୍କ ଅନଶନ ଉ​‌ପରେ ପ୍ରଶ୍ନ ଉଠାଇଲେ ଶୀଲା

0

ନୂଆଦିଲ୍ଲୀ : ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟମାନ୍ୟତା ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମାର୍ଚ୍ଚ ୧ରୁ ଅନଶନ ଆରମ୍ଭ କରିବାକୁ ଯାଉଥିବାବେଳେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ। ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶୀଲା ରବିବାର କହିଛନ୍ତି ଯେ କେଜରିୱାଲଙ୍କ ଅନଶନ ପାଇଁ ଏହା ଉପଯୁକ୍ତ ସମୟ ନୁହେଁ। ସଂସଦ ହିଁ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରିପାରିବ। ବର୍ତ୍ତମାନ ସମୟରେ ସଂସଦର ଅଧିବେଶନ ହେବାର ନାହିଁ। ସାଧାରଣ ନିର୍ବାଚନ ହେବାକୁ ଯାଉଥିବାବେଳେ କେଜରିୱାଲ ଅନଶନ ନାମରେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ବୋଲି ଶୀଲା କହିଛନ୍ତି। ବିଜେପି ମଧ୍ୟ କେଜରିୱାଲଙ୍କ ପ୍ରସ୍ତାବିତ ଅନଶନକୁ ସମାଲୋଚନା କରିଛନ୍ତି। ବିଜେପି ନେତା ସୁବ୍ରମଣ୍ୟମ୍ ସ୍ବାମୀ କହିଛନ୍ତି ଯେ ଏକ ସାମ୍ବିଧାନିକ ପଦବୀରେ ରହି କେଜରିୱାଲ ଅନଶନ କରିବାର ଯଥାର୍ଥତା ନାହିଁ। ତେଣୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଅନଶନ କରିବା ଠିକ୍ ହେବ।

Leave A Reply