ଜାଣନ୍ତୁ ନିଜ ହ୍ୱାଟ୍ସଆପ ଗ୍ରୁପରେ କେଉଁ ବିଷୟରେ କଥା ହୋଇଥାନ୍ତି ବେବୋ

0

ମୁମ୍ବଇ : ନିକଟରେ ପରିବାର ସହ ଛୁଟି କଟାଇ ମୁମ୍ବଇ ଫେରିଛନ୍ତି କରୀନା କପୁର ଖାନ। କରୀନା ନିଜର କୌଣସି ଚଳଚ୍ଚିତ୍ର ନୁହେଁ ବଂର ନିଜର ରେଡିଓ ସୋ ‘ହ୍ୱାଟ୍ସ ଓମେନ ୱାଣ୍ଟସ୍‍’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ସୋରେ କରୀନା ମହିଳା ମାନଙ୍କ ଇଚ୍ଛାକୁ କିପରି ପ୍ରଧାନ୍ୟ ଦିଆଯିବା ସହ ନିଜର ବ୍ୟକ୍ତିଗତ ଜୀବନର ଅନେକ ଖୁଲାସା କରିଛନ୍ତି। ଏହି ସୋର ଆଗାମୀ ଅଧ୍ୟାୟରେ କରୀନା ନିଜର ହ୍ୱାଟ୍ସଆପ ଗ୍ରୁପ ବିଷୟରେ କହିବେ। କରୀନା ବ୍ୟବହାର କରୁଥିବା ଏହି ଗ୍ରୁର ନାମ ଗଡସ(ସାହାସ)। ଏହି ଗ୍ରୁପରେ କରୀନା ନିଜର କିଛି ନିକଟତର ବନ୍ଧୁଙ୍କ ସହ ଅଛନ୍ତି। ମହିଳାମାନଙ୍କ ପୋଷାକକୁ ନେଇ ଏହି ଗ୍ରୁପରେ କଥାବାର୍ତ୍ତା ହୋଇଥାଏ। ସେ ଆହୁରୀ କହିଛନ୍ତି ଏହାକୁ ହିଁ ବନ୍ଧୁତ୍ୱ କୁହାଯାଏ। କାରଣ କିଛି କହିବା ଆଗରୁ ହିଁ କିଛି ଭାବିବାକୁ ପଡିନଥାଏ। ଯାହା ପ୍ରକୃତ ବନ୍ଧୁ ମାନଙ୍କ ମଧ୍ୟରେ ହୋଇଥାଏ ବୋଲି କରୀନା କହିଛନ୍ତି।

Leave A Reply