ମାଟ୍ରିକ ପୂର୍ବରୁ ମିଳୁଥିବା ଭତ୍ତାରୁ ବଞ୍ଚିତ ୧୪ଛାତ୍ରଛାତ୍ରୀ

0

କୋଟଗଡ : କନ୍ଧମାଳ ଜିଲା କୋଟଗଡ ସରକାରୀ ଜନଜାତୀ ଉଚ୍ଚ ବିଦ୍ୟାଳୟର ୧୪ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପୂର୍ବରୁ ମିଳୁଥିବା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଖବରଅନୁସାରେ ୨୦୧୭- ୧୮ ମାଟ୍ରିକ ପୂର୍ବରୁ ମିଳୁଥିବା ଭତ୍ତା ଟଙ୍କା କୌଣସି କାରଣ ଯୋଗୁଁ ସମଗ୍ର ଓଡିଶାରେ ୩୨୭୨ ଜଣ ଛାତ୍ରଛାତ୍ରୀଙ୍କ ସ୍ଥଗିତ ରହିଥିବା ତାଲିକା ଜାରି କରାଯାଇଥିଲା। ମାତ୍ର ସେହି ତାଲିକାରେ ନ ଥାଇ ମଧ୍ୟ କନ୍ଧମାଳ ଜିଲା କୋଟଗଡ ସରକାରୀ ଜନଜାତୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ୍ୟ ତାଲିକାରୁ ବାଦ୍ ପଡିଥିବା ଅଭିଯୋଗ ହୋଇଛି। ଏହି ଛାତ୍ରଛୀତ୍ରୀ ନବମ ଶ୍ରେଣୀର ଏବଂ ଏମାନେ ଲିଖିତ ଅଭିଯୋଗ ପାଇଁ କୋଟଗଡ ଡବ୍ଲୁଇଓ କାର୍ୟ୍ୟାଳୟକୁ ଦୁଇଦିନ ହେବ ଆସୁଛନ୍ତି କିନ୍ତୁ କାର୍ୟ୍ୟାଳୟ ବନ୍ଦ ହେତୁ ନିରାଶ ହୋଇ ଫେରୁଛନ୍ତି ତେଣୁ ସେମାନଙ୍କ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଷ୍ଟାଇପେଣ୍ଟ୍ ସ୍ଥଗିତ ତାଲିକାଭୁକ୍ତ ନ ହୋଇ ୧୪ଜଣ ଜନଜାତୀ ଅନ୍ତେବାସୀ ମାଟ୍ରିକ ପୂର୍ବରୁ ମିଳୁଥିବା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଅଭିଯୋଗ ହୋଇଛି।

Leave A Reply